ଆଠଗଡ : ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରିଥିବାବେଳେ ଅନେକ କ୍ଷେତ୍ରରେ ଲୋକ ଏହା ମାନୁନଥିବା ଦେଖାଯାଇଛି। ବାହାରକୁ ଗଲାବେଳେ ସଠିକ୍ ଭାବେ ମାସ୍କ ପରିଧାନ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ବିଶେଷ କରି ଯୁବପୀଢି ମାସ୍କ ପରିଧାନ କରୁନାହାଁନ୍ତି ବା ସଠିକ ଭାବେ ମୁଁହ ଓ ନାକ ଘୋଡାଇ ପିନ୍ଧୁ ନାହାଁନ୍ତି। ଏହି କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଠଗଡ ପୁଲିସ ପକ୍ଷରୁ ଗତ ୧୦ଦିନ ହେବ ନିୟମିତ ଆଠଗଡ ସହର ତଥା କେତେକ ଗ୍ରାମାଞ୍ଚଳରେ ମାସ୍କ ପରିଧାନ ଯାଞ୍ଚ କରିବା ସହ ଅମାନିଆଙ୍କୁ ଜୋରିମନା କରାଯାଉଥିବା ଦେଖାଯାଉଛି। ଫଳତଃ ଲୋକମାନଙ୍କ ମଧ୍ୟରେ ପୁଲିସ ଯାଞ୍ଚ ଭୟ ବା ଜୋରିମନା ଭୟ ହେଉ ଏହାର ପ୍ରଭାବ ପଡିଥିବା ଦେଖାଯାଇଛି। ଶୁକ୍ରବାର ଓ ଶନିବାର ୨ଦିନ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ କଟକଣା ଉଲ୍ଲଙ୍ଘନ କରିଥିବା ୪୮ଜଣଙ୍କୁ ଧରି ସେମାନଙ୍କ ଠାରୁ ୯୬୦୦ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡିଛି।
Popular Categories



