www.samajalive.in
Sunday, December 7, 2025
16.1 C
Bhubaneswar

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର : ଜାତୀୟ ପୁରସ୍କାରପ୍ରାପ୍ତ ‘ସାଧନା’, ଅଶାନ୍ତଗ୍ରହ ଭଳି ସିନେମାର ନିର୍ମାତା ତୋଫାନ ତ୍ରିପାଠୀଙ୍କ ୯୨ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ହୀରାକୁଦ ନଦୀବନ୍ଧ ଯୋଜନାରେ ବୁଡି ଯାଇଥିବା ଗ୍ରାମ ପିତାପାଲିଠାରେ ଜନ୍ମିତ ତୋଫାନ ତାଙ୍କର ମୋଦିପଡା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଶ୍ରୀ ତ୍ରିପାଠୀ ଏକ ଥିଏଟର ଦଳ ଗଠନ କରି ଅଭିନୟ ଦୁନିଆରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ଚଳଚିତ୍ର ଦୁନିଆକୁ ଆସିଥିଲେ। ପଶ୍ଚିମ ଓଡିଶାର ପ୍ରଥମ ଚଳଚିତ୍ର ପ୍ରଯୋଜକ ଭାବରେ ସେ ସମଲେଶ୍ବରୀ ପିକଚର୍ସ ବ୍ୟାନରରେ ‘ସାଧନା’ ସିନେମାର ନିର୍ମାଣ କରିଥିଲେ ଏବଂ ତାହା ଆଞ୍ଚଳିକ ଚଳଚିତ୍ର ବର୍ଗରେ ଜାତୀୟ ପୁରସ୍କାର ପ୍ରାପ୍ତ କରିଥିଲା। ସେ ତାଙ୍କର ଦ୍ୱିତୀୟ ଚଳଚିତ୍ର ‘ଅଶାନ୍ତ ଗୃହ’ ନିର୍ମାଣ କରିଥିଲେ ଏବଂ ଏହା ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା। ଏହା ସହିତ ଅନ୍ୟ କିଛି ଓଡିଆ ଚଳଚିତ୍ର ଗୁଡିକର ନିର୍ମାଣରେ ମଧ୍ୟ ସେ ସହାୟତା କରିଥିଲେ। ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ସେ ସମ୍ବଲପୁରୀ ବାନ୍ଧକଳାର ଏକ ବସ୍ତ୍ର ଦୋକାନ ଖୋଲି ସମ୍ବଲପୁରଠାରେ ବ୍ୟବସାୟ ଆରମ୍ଭ କରିଥିଲେ। ସେ ବିଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଆଜି ଦିନ ପ୍ରାୟ ୨ଟା ୩୦ରେ ​‌େ​‌ସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ଥାନୀୟ ରାଜଘାଟଠାରେ ତାଙ୍କର ତୃତୀୟ ପୁତ୍ର ସୁନୀଲ ମୁଖାଗ୍ନି ପ୍ରଦାନ କରି କରିଛନ୍ତି। ସ୍ୱର୍ଗତ ତୁଫାନଙ୍କ ଧର୍ମପତ୍ନୀ ମନୋରମା ଓ ବଡ ପୁତ୍ର ନିର୍ମଳଙ୍କ ପୂର୍ବରୁ ପରଲୋକ ହୋଇଯାଇଥିବାବେଳେ ପଛରେ ପୁତ୍ର ବିନୋଦ, ଝିଅ ସୁଜାତା, ସୁନନ୍ଦା, ଅନୀତା ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି। ତୁଫାନଙ୍କ ବିୟୋଗ ଯୋଗୁଁ ସହରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories