www.samajalive.in
Tuesday, December 9, 2025
16.1 C
Bhubaneswar

ବୈଭବ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଭବ ସମ୍ମିଳନୀକୁ ଉଦଘାଟନ କରିବେ। ବୈଭବ ସମ୍ମିଳନୀ ହେଉଛି ବିଦେଶ ତଥା ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କ ଏକ ବିଶ୍ୱସ୍ତରୀୟ ଭର୍ଚୁଆଲ୍ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଶୈକ୍ଷିକ ପ୍ରତିଷ୍ଠାନ ଏବଂ ବିକାଶ ସଂଗଠନ ତଥା ଗବେଷକମାନଙ୍କୁ ଗୋଟିଏ ମଞ୍ଚରେ ବିଜ୍ଞାନ ଓ ଜ୍ଞାନ କୌଶଳ ଆଧାରକୁ ମଜବୁତ କରିବା ପାଇଁ ସହଯୋଗ ପ୍ରଣାଳୀ ଉପରେ ବିତର୍କ କରିବା।

- Advertisement -

ଆଜି ଅନଲାଇନ୍ ମାଧ୍ୟମରେ ଆଲୋଚନା ପରେ ଏହି ସମ୍ମିଳନୀକୁ ଉଦଘାଟନ କରାଯିବ। ଏକ ମାସ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ବିଦେଶୀ ବିଶେଷଜ୍ଞ ତଥା ଭାରତୀୟ ପ୍ରତିପକ୍ଷଙ୍କ ମଧ୍ୟରେ ୱେବିନାର୍ ଓ ଭିଡିଓ କନଫରେନସିଂ ମାଧ୍ୟମରେ ଏକାଧିକ ଆଲୋଚନା ପର୍ଯ୍ୟାଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୫୫ଟି ଦେଶରୁ ୩ ହଜାରରୁ ଅଧିକ ବିଦେଶୀ ଭାରତୀୟ ଏବଂ ୧୦ ହଜାରରୁ ଅଧିକ ବୈଜ୍ଞାନିକମାନେ ଭାଗ ନେଉଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନେତୃତ୍ୱରେ ପ୍ରାୟ ୨୦୦ଟି ଶିକ୍ଷାନୁଷ୍ଠାନ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି।

ବୈଭବ ସମ୍ମିଳନୀରେ ୪୦ଟି ଦେଶରୁ ୧୫୦୦ରୁ ଅଧିକ ପ୍ୟାନେଲିଷ୍ଟ, ୨୦୦ ଅଗ୍ରଣୀ ଭାରତୀୟ ଅନୁସନ୍ଧାନ ଏବଂ ବିକାଶ ଅନୁଷ୍ଠାନ ୧୮ଟି ବିଭିନ୍ନ କ୍ଷେତ୍ରରେ ୮୦ଟି ବିଷୟ ଉପରେ ଆଲୋଚନା କରିବେ। ଅକ୍ଟୋବର ୩୧ ସର୍ଦ୍ଦାର ପଟେଲ ଜୟନ୍ତୀ ଅବସରରେ ଏହି ଅଧିବେଶନ ଶେଷ ଯୋଜନା କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories