www.samajalive.in
Tuesday, December 9, 2025
15.1 C
Bhubaneswar

ମଣିଷ ଏବେ ବି ସମ୍ପୂର୍ଣ୍ଣ ହୋଇନି

ପ୍ରକୃତିର ଶ୍ରେଷ୍ଠ ଜୀବ ମଣିଷ। ବିକାଶକ୍ରମର ଦୀର୍ଘଯାତ୍ରାରେ ମଣିଷ ଟେକ୍ନୋଲୋଜି ଏବଂ ସଂସ୍କୃତିର ଏପରି ବିକାଶ କରିଛି, ଯାହା ସମଗ୍ର ପୃଥିବୀକୁ ମଣିଷ ବାସୋପଯୋଗୀ କରିଦେଇଛି। ତେବେ ମଣିଷ ଏଯାବତ୍‍ ବିକାଶ ପ୍ରକ୍ରିୟାରୁ ମୁକ୍ତ ହୋଇନାହିଁ। ୧୨ଜଣ ବିଶେଷଜ୍ଞ ନିଜ ଗବେଷଣା ଅନୁଭବ ଆଧାରରେ ଏହ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ ମଣିଷର ବିକାଶଧାରା ଏଯାବତ୍‍ ଚାଲିଛି ଏବଂ ବାସ୍ତବ ପରିବର୍ତ୍ତନର ରୂପ ସମ୍ପର୍କରେ ଜାଣିବା ଜରୁରୀ। ମଣିଷ କ୍ଷେତ୍ରରେ ଏହି ପରିବର୍ତ୍ତନକୁ ଇଭଲ୍ୟୁସନ୍‍ ବୋଲି କୁହାଯାଉଛି। ଅବଶ୍ୟ ଏପରି ପରିବର୍ତ୍ତନ କାର୍ଯ୍ୟ ସବୁବେଳେ ପ୍ରାକୃତିକ ମନୋନୟନ ଉପରେ ନିର୍ଭର କରେନାହିଁ। ସମୟ ସହ ଜନସଂଖ୍ୟାର କ୍ରମିକ ବିକାଶ ଏହି ପରିବର୍ତ୍ତନର ମୂଳରୂପ।
ଇଲିନଏସ୍‍ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗ ପ୍ରଫେସର ଷ୍ଟାନ୍‍ଲି ଏମ୍ବ୍ରୋସ୍‍ଙ୍କ କହିବା ଅନୁସାରେ, ସମୟ ସହିତ ଜିନ୍‍ ତଥା ଜିନ୍‍ର ପ୍ରକାର ଅନୁପାତରେ ହେଉଥିବା ପରିବର୍ତ୍ତନକୁ ବି ମାନବୀୟ ବିକାଶ ବୋଲି ଗ୍ରହଣ କରାଯାଇପାରେ। ପ୍ରକୃତିରେ ହେଉଥିବା ବିଭିନ୍ନ ପରିବର୍ତ୍ତନରେ ନିଜକୁ ସାମିଲ କରି ଜୀବନଧାରଣ କରିବା, ଶରୀରକୁ ପରିବେଶ ଅନୁକୂଳ କରିବା ମଧ୍ୟ ଏହି ବିକାଶ ପ୍ରକ୍ରିୟାର ଅନନ୍ୟ ଉଦାହରଣ। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ବିକାଶ ଏବଂ ଆନୁବଂଶିକ ବିଭାଗ ବିଶେଷଜ୍ଞ ଡା. ଏଲ୍‍ଭିନ୍‍ ସ୍କେଲି କହନ୍ତି, ଯେପର୍ଯ୍ୟନ୍ତ ମଣିଷଠାରେ ପ୍ରଜନନ ଅନିୟମିତତା ଏବଂ ଆନୁବଂଶିକ ପରିବର୍ତ୍ତନ ଚାଲିଥିବ, ପିଢି ପରେ ପିଢି ମଣିଷଙ୍କଠାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଥିବ। ଅର୍ଥାତ୍‍, ମାନବୀୟ କ୍ରମବିକାଶର ଏହି ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଥିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories