www.samajalive.in
Saturday, December 13, 2025
26.1 C
Bhubaneswar

ହୋଇପାରେ ବଡ଼ ଭୂମିକମ୍ପ

ନୂଆଦିଲ୍ଲୀ: ଭୂପୃଷ୍ଠ ମଧ୍ୟରେ ଚାଲିଥିବା ଚଳପ୍ରଚଳକୁ ଅନୁଧ୍ୟାନ କରି ଦେଶର ପ୍ରମୁଖ ୪ଟି ସଂସ୍ଥାନ ଏକ ବଡ଼ ଭୂମିକମ୍ପର ଆଶଙ୍କା କରିଛନ୍ତି। ଆଗାମୀ ଦିନରେ ଦେଶରେ ୮ରୁ ଅଧିକ ତୀବ୍ରତା ସମ୍ପନ୍ନ ଭୂକମ୍ପ ହେବାର ସମ୍ଭାବନା ରହିଛି ବୋଲି ସଂସ୍ଥାନ ପକ୍ଷରୁ ଆକଳନ କରାଯାଇଛି। ଭୂମିକମ୍ପ ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ଉପରେ ମଧ୍ୟ ସୂଚନା ଦିଆଯାଇଛି। ଡେରାଡୁନ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହିମାଲୟାନ ଜିୟୋଲୋଜି, ନ୍ୟାସନାଲ ଜିୟୋଫିଜିକାଲ ରିସର୍ଚ ଇନଷ୍ଟିଚ୍ୟୁଟ୍‍ ହାଇଦ୍ରାବାଦ, ନ୍ୟାସନାଲ ସେଣ୍ଟର ଫର ଆର୍ଥ ସିସ୍କିମିକ ଷ୍ଟଡିଜ୍‍ ଓ ଖଡ଼ଗପୁର ଆଇଆଇଟି ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ବରିଷ୍ଠ ବୈଜ୍ଞାନିକ ତଥା ଜିୟୋଫିଜିକ୍ସ ବିଭାଗ ପ୍ରମୁଖ ଡା. ସୁଶୀଲ କୁମାର ୨୦୦୪ରୁ ୨୦୧୩ ମଧ୍ୟରେ ହୋଇଥିବା ୪୨୩ଟି ଭୂମିକମ୍ପର ଅନୁଧ୍ୟାନ କରିଛନ୍ତି। ଏହି ଅଧ୍ୟୟନରେ ୧୯୦୫ରୁ ଆଜି ପର୍ଯ୍ୟନ୍ତ ଇଣ୍ଡିୟାନ ପ୍ଲେଟ ଓ ୟୁରୋଶିୟନ ପ୍ଲେଟ ମଧ୍ୟରେ ହେଉଥିବା ସଂଘର୍ଷ ହେତୁ ଯେଉଁ ଘର୍ଷଣ ସୃଷ୍ଟି ହୁଏ ଏଥିରୁ ନିର୍ଗତ ଶକ୍ତି ଭୂମିକମ୍ପ ଦ୍ୱାରା କେବଳ ୩ରୁ ୫ପ୍ରତିଶତ ବାହ୍ୟ ପୃଷ୍ଠରେ ଦୃଶ୍ୟମାନ ହୁଏ। ଅର୍ଥାତ ଆଗାମୀ ଦିନରେ ୮ରୁ ଅଧିକ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହେବାର ଆଶଙ୍କା ରହିଛି। ୧୯୦୫ରେ କଂଗଡ଼ା ଅଞ୍ଚଳରେ ୭.୮ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଥିଲା। ଏହାର ପ୍ରଭାବରେ ବ୍ୟାପକ ମାତ୍ରାରେ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଥିଲା। କଂଗଡ଼ା ପରେ ନେପାଳରେ ୭.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଥିଲା। ଅର୍ଥାତ ଉତ୍ତର ପଶ୍ଚିମ ହିମାଳୟର ଇଣ୍ଡିଆନ ପ୍ଲେଟ ଉତ୍ତର ଆଡ଼କୁ ଧସୁଥିବାବେଳେ ଏହା ଦ୍ୱାରା ୟୁରୋସିୟନ ପ୍ଲେଟ ଉପରେ ଚାପ ସୃଷ୍ଟି ହେଉଛି। ତେବେ ଏତେ ବିସ୍ତୃତ ବିଶ୍ଳେଷଣ ପରେ ମଧ୍ୟ ଏଭଳି ଭୂମିକମ୍ପ କେବେ ଓ କେଉଁଠି ହେବ ଏ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories