www.samajalive.in
Monday, December 15, 2025
24.1 C
Bhubaneswar

ହରଭଙ୍ଗା ବନ୍ୟାକ୍ଷୟକ୍ଷତି ପାଇଁ ୩କୋଟି ୬୦ଲକ୍ଷ ଅନୁଦାନ

ହରଭଙ୍ଗା: ଚଳିତବର୍ଷ ମହାନଦୀ ବନ୍ୟାରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ବ୍ୟାପକ ପରିମାଣରେ ରାସ୍ତାଘାଟ, ଅଙ୍ଗନଓାର୍ଡୀ, ସ୍କୁଲ,ଏବଂ ପଞ୍ଚାୟତ ଗୃହ କ୍ଷୟକ୍ଷତି ଘଟିଥିଲା। ଏ ନେଇ ବ୍ଲକ ପକ୍ଷରୁ ବିଭିନ୍ନ ବନ୍ୟାପ୍ରପୀଡିତ ପଞ୍ଚାୟତର କ୍ଷୟକ୍ଷତି ଆକଳନ ରିପୋର୍ଟ ବୌଦ୍ଧ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିକଟକୁ ଅନୁମୋଦନ ପାଇଁ ପ୍ରଦାନ କରାଯାଇଥିଲା।ବ୍ଲକ ପକ୍ଷରୁ ଦିଆଯାଇଥିବା ସମସ୍ତ ୧୮୦ଟି ବନ୍ୟା କ୍ଷୟକ୍ଷତି ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ଏଥିପାଇଁ ୩ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନ ମଞୁରୀ ହୋଇଥିବା ଜଣାପଡ଼ିଛି। ଏହି ଅନୁଦାନ ଅର୍ଥରେ ବନ୍ୟାରେ କ୍ଷୟକ୍ଷତି ଘଟିଥିବା ଅଧିକାଂଶ କଂକ୍ରଟି ରାସ୍ତା ସାଙ୍ଗକୁ କେତୋଟି ଅଙ୍ଗନଓାର୍ଡି କେନ୍ଦ୍ର, ସ୍କୁଲ ଏବଂ ପଞ୍ଚାୟତ ଗୃହ ମରାମତି ଏବଂ ନିର୍ମାଣ ପାଇଁ ପାଣ୍ଠି ବିନିଯୋଗ କରାଯିବ ବୋଲି ସ୍ଥିରିକୃତ ହୋଇଛି। ରାଜ୍ୟସରକାରଙ୍କ ତତକ୍ଷଣାତ୍‍ ସମସ୍ତ ବନ୍ୟା କ୍ଷୟକ୍ଷତି ପ୍ରକଳ୍ପ ପାଇଁ ଅନୁଦାନ ମଞୁରୀ କରିଥିବାରୁ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ବୌଦ୍ଧ ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

- Advertisement -

 

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories