www.samajalive.in
Tuesday, December 9, 2025
23.1 C
Bhubaneswar

କୃଷି ବିଲ୍‍ ପ୍ରସଙ୍ଗରେ ଦିଗବିଜୟଙ୍କ ବକ୍ତବ୍ୟ କଂଗ୍ରେସର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି : ବିଜେପି

 

ଭୁବନେଶ୍ୱର: କଂଗ୍ରେସ ଦଳର ରାଜନୀତି ଦିଶାହୀନ ହୋଇପଡିଛି। କଂଗ୍ରେସ ଦଳର କଥା ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପ୍ରଭେଦ। ଆଇନର ଆଳ ଦେଖାଇ କଂଗ୍ରେସ ଦଳ ମୂଳରୁ ଦେଶର ଚାଷୀକୁଳକୁ ବିଭିନ୍ନ ସମୟରେ କେବଳ ପ୍ରତାରିତ କରିଆସିଛି। ଶାସନ କ୍ଷମତାରେ ଥିବାବେଳେ ଚାଷୀ ହିତରେ କୈାଣସି ନିଷ୍ପତି ନେଇ ନଥିବା କଂଗ୍ରେସ ଦଳ ଆଜି ଯେତେବେଳେ   ନରେନ୍ଦ୍ର ମୋଦିଙ୍କ ଶାସନରେ କୃଷି ସୁଧାରର ପ୍ରୟାସ କରାଯାଉଛି, ସେତେବେଳେ ହୀନ ଉଦ୍ଦେଶ୍ୟ ରଖି ସମଗ୍ର ଚାଷୀକୁଳକୁ ଭ୍ରମିତ କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ କଂଗ୍ରେସ ଦଳର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ  ଗୋଲକ ମହାପାତ୍ର ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ପ୍ରେସ ବାର୍ତାର ଉତର ଦେଇ କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୧୩ ମସିହାରେ ତତ୍କାଳୀନ କଂଗ୍ରେସ ଦଳର ଉପସଭାପତି ରାହୁଳ ଗାନ୍ଧୀ ୧୨ଟି କଂଗ୍ରେସ ଶାସିତ ରାଜ୍ୟରେ ଫଳ ଓ ପନିପରିବାକୁ ଏପିଏମସି ଅଇନରୁ ମୁକ୍ତ କରାଯିବ ବୋଲି କହିଥିଲେ। ଏପରିକି ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳର ଇସ୍ତାହାରରେ କଂଗ୍ରେସ ଦଳ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ ଘୋଷଣା କରିଥିଲା। ନିଜ ଶାସନ ଅମଳରେ ଚାଷୀକୁଳର ମଙ୍ଗଳ କରିବାରେ ବିଫଳ ହୋଇଥିବା ଆଜି ହତାଶ୍‍ ହୋଇ ଚାଷୀକୁଳକୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି।
ନୂତନ କୃଷି ବିଲ୍‍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ୱାଧୀନତା ପାଇବେ ଏବଂ ଏମଏସପି ବ୍ୟବସ୍ଥା କାରଣରୁ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେହିପରି ନୂତନ କୃଷି ବିଲ୍‍ ଦ୍ୱାରା ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବାର ନାହିଁ। ଏହି ବିଲ୍‍ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀମାନଙ୍କୁ ସେମାନଙ୍କ କୃଷି ଉତ୍ପାଦକୁ ନିଜେ ସିଧାସିଧା ବିନା ମଧ୍ୟସ୍ଥିରେ ଅଧିକ ପଇସା ରୋଜଗାର କରିବାର ଏକ ପ୍ଲାଟଫର୍ମ ଯୋଗାଇବ। ଏହି ବ୍ୟବସ୍ଥା ଦେଶ ବାହାରେ ଏବଂ ଦେଶର ବିଭିନ୍ନ ରାଜ୍ୟ ଭିତରେ ଓ ବାହାରେ ଚାଷୀଙ୍କୁ ବିକ୍ରି କରିବାରେ ପ୍ରୋତ୍ସାହନ ଦେବା ସହ ପରିବହନ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ। ଯଦ୍ୱାରା ଚାଷୀମାନେ ଉପକୃତ ହେବେ। ଏହି ପରିବର୍ତନଶୀଳ ବିଲ୍‍କୁ ବିରୋଧ କରି ନିଜକୁ ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିବା ସହ ମଧ୍ୟସ୍ଥି ଓ ଦଲାଲମାନଙ୍କ ପ୍ରତି ନିଜ ଆନୁଗତ୍ୟର ନିଦର୍ଶନ କଂଗ୍ରେସ ଦଳ କରୁଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବା ପର ଠାରୁ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଲଗାତାର ଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି, କୃଷି ସିଂଚାଇ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଜେଳସେଚନ, ସାର ଯୋଗାଣ ସୁନିଶ୍ଚିତ କରିବା, ଫସଲ ବୀମା ଯୋଜନା ଅଧୀନରେ କୋଟିକୋଟି ଚାଷୀଙ୍କୁ ଅନ୍ତଭୃକ୍ତ କରିବା, ଡିଜିଟାଲରେ କୃଷକଙ୍କୁ ଲିଙ୍କ୍‍ କରିବା(ଇ-ନାମ୍‍) ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ସିଧାସଳଖ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

- Advertisement -

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories