www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ରୋକିବା ଲାଗି ସ୍ୱତନ୍ତ୍ର ବିଧେୟକ ଶନିବାର ରାଜ୍ୟସଭାରେ ଗୃହୀତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଗତ କରିଥିବା ବିଧେୟକ ମହାମାରୀ ରୋଗ (ସଂଶୋଧନ) ବିଧେୟକ ୨୦୨୦ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ପୂର୍ବରୁ ଥିବା ମହାମାରୀ ରୋଗ ଆଇନ ୧୮୯୭ରେ ସଂଶୋଧନ କରାଯାଇ ନୂଆ ବିଧେୟକ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଠୋର ଦଣ୍ଡବିଧାନ ଲାଗି ଉକ୍ତ ବିଧେୟକରେ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ କ୍ଷେତ୍ରରେ ୩ମାସରୁ ୫ବର୍ଷ ଜେଲଦଣ୍ଡ ଏବଂ ୫୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଇନ୍ସପେକ୍ଟର ପାହ୍ୟାର ଜଣେ ଅଧିକାରୀ ଏହି ହିଂସା ଘଟଣାର ତଦନ୍ତ ୧ମାସ ମଧ୍ୟରେ ଶେଷ କରିବେ ଓ ମାମଲାର ବିଚାର ୧ବର୍ଷ ମଧ୍ୟରେ ଶେଷ ହେବ। କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହିଂସାତ୍ମକ କାର୍ଯ୍ୟକୁ ରୋକିବା ଲାଗି ଗତ ଏପ୍ରିଲରେ ସରକାର ଅଧ୍ୟାଦେଶ ଆଣିଥିଲେ। ଏବେ ଏହି ଅଧ୍ୟାଦେଶ ସପକ୍ଷରେ ବିଧେୟକ ଅଣାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories