www.samajalive.in
Sunday, December 7, 2025
14.1 C
Bhubaneswar

ପୁଣି କେନ୍ଦ୍ରକୁ ନିଶାଣ କଲେ ରାହୁଳ: ଲକଡ଼ାଉନ ଶ୍ରମିକ ମୃତ୍ୟୁକୁ ନେଇ ସରକାରଙ୍କ ପାଖରେ ନାହିଁ ତଥ୍ୟ

ନୂଆଦିଲ୍ଲୀ: ମାର୍ଚ ମାସରୁ ଦେଶରେ ଲକଡ଼ାଉନ ଆରମ୍ଭ ହୋଇଥିଲା । ଏହି ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରକୁ ଫେରିଥିଲେ । ମାତ୍ର ଲକଡ଼ାଉନ କାଳରେ କେତେ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ସରକାରଙ୍କ ପାଖରେ ନାହିଁ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏହା ସ୍ବୀକାର କରିଛନ୍ତି ।

ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଶ୍ରମ ମନ୍ତ୍ରୀଙ୍କୁ ୫ଟି ଲିଖିତ ପ୍ରଶ୍ନ ପଚରା ଯାଇଥିଲା । ଏଥିରେ ଗୋଟିଏ ପ୍ରଶ୍ନ ଥିଲା ଲକଡ଼ାଉନ କାଳରେ କେତେ ଶ୍ରମିକଙ୍କ ମୃତ୍ୟୁ ଘଟିଛି? ହଜାର ହଜାର ଶ୍ରମିକ ମୃତ୍ୟୁବରଣ କରିଛନ୍ତି କି ? ଯଦି ସତରେ ଏପରି ଘଟିଛି ଏ ସମ୍ପର୍କ​‌ରେ ବିସ୍ତୃତ ତଥ୍ୟ ଦିଆଯାଉ । ଏହାର ଉତ୍ତରରେ କେନ୍ଦ୍ରୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଥିଲେ ଯେ ସରକାରଙ୍କ ନିକଟରେ ଏପରି କୌଣସି ତଥ୍ୟ ମହଜୁଦ ନାହିଁ ।

- Advertisement -

ସେହିପରି ଅନ୍ୟଏକ ପ୍ରଶ୍ନ କରାଯାଇଥିଲା ଯେ କେତେ ଶ୍ରମିକଙ୍କୁ କ୍ଷତିପୂରଣ ଦିଆଯାଇଛି ? ଏହାର ଉତ୍ତରରେ ମନ୍ତ୍ରୀ ଗଙ୍ଗୱାର କହିଥିଲେ ଯେ ଯେତେ​‌ବେଳେ ଶ୍ରମିକଙ୍କ ତଥ୍ୟ ନାହିଁ ସେତେବେଳେ କ୍ଷତିପୂରଣ ପ୍ରଦାନର ପ୍ରଶ୍ନ ଉଠୁଛି କେଉଁଠୁ ?

ସରକାରଙ୍କ ଏହି ଉତ୍ତରକୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛନ୍ତି । ନିଜ ଟ୍ବିଟରରେ ସେ ଲେଖିଛନ୍ତି ଯେ ‘‘ତୁମେ ଗଣିନାହଁ ବୋଲି କଣ ମୃତ୍ୟୁ ହୋଇନାହିଁ ? ହଁ ଦୁଃଖ ହେଉଛି ସରକାର ଉପରେ ଏହାର କିଛି ପ୍ରଭାବ ପଡ଼ିନାିହଁ । ସାରା ଦୁନିଆଁ ସେମାନଙ୍କ ମୃତ୍ୟୁ ଦେଖିଛି, ମାତ୍ର କେବଳ ମୋଦି ସରକାରଙ୍କୁ ଏହାର ଖବର ନାହିଁ ’’

ରାହୁଳ ଗାନ୍ଧୀ ଆରମ୍ଭରୁ କରୋନା ମାମଲାରେ ମୋଦୀ ସରକାର ଉପରେ ପ୍ରଶ୍ନ ଉଠାଇଆସିଛନ୍ତି । ଫେବ୍ରୁଆରୀରେ ରାହୁଳ ଟ୍ବିଟ୍ କରି ମୋଦୀ ସରକାରଙ୍କୁ କରୋନା ବିପଦ ସମ୍ପର୍କରେ ସତର୍କ କରାଇ ଦେଇଥିଲେ, ମାତ୍ର ସରକାର ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ।

ଆର୍ଟିକିଲ୍ ୧୪ ନାମକ ଏକ ୱେବସାଇଟରେ କୁହାଯାଇଛି ଯେ ଲକଡ଼ାଉନ କାଳରେ ଜୁଲାଇ ମାସ ମଧ୍ୟରେ ୯୭୧ ଲୋକଙ୍କ ମୃତ୍ୟୁ ଘଟିଛି । ଖାଇବାକୁ ନ ପାଇ ଭୋକରେ ୨୧୬ ମୃତ୍ୟୁବରଣ କରିଥିବାବେଳେ ରାସ୍ତା ଦୁର୍ଘଟଣାରେ ୨୧୯ ଓ ୧୩୩ ଜଣଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଛି ।

ଅନ୍ୟପକ୍ଷରେ ବିବିସି ପକ୍ଷରୁ ପ୍ରକାଶିତ ଏକ ବିଶ୍ଲେଷଣରେ କୁହାଯାଇଛି ଯେ ୨୪ ମାର୍ଚରୁ ଜୁନ୍ ୧ ମଧ୍ୟରେ ୩୦୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories