ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେଲା ରଥା ଟଣା

0

ପୁରୀ: ଶ୍ରୀକ୍ଷେତ୍ର ଦାମ ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ  ରତନ ସିଂହାସନରୁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଶନିବାର ସକାଳେ ଆଷାଢମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ପବିତ୍ର ରଥଯ।ତ୍ରା ଅନୁଷ୍ଠିତ ହୁଏ । ସକାଳୁ ସକାଳୁ  କାହାଳୀ, ଘଣ୍ଟର ତାଳେ ତାଳେ ଶ୍ରୀ ଜୀଉମାନଙ୍କର ଧାଡି ପହଣ୍ଡି କରାଯାଇଥିଲା ଭକ୍ତଙ୍କର ହରିବୋଲ ହୁଳ ହୁଳୀ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବଡ ଦାଣ୍ଡ । ମଦନ ମୋହନ, ରାମ,କୃଷ୍ଣ,ବିଜେ ହୋଇସାରିବା ପରେ ବିଗ୍ରହମାନଙ୍କର ମସ୍ତକରେ ସୋଲରେ ନିର୍ମିତ ଚିତା ଲାଗି  କରାଯାଇଥିଲା ।

ତାମଯାନରେ ଗଜପତି ମହାରାଜ ଶ୍ରୀନଅରରୁ ରଥ ନିକଟକୁ ଆସିଥିଲେ । ସୁବର୍ଣ୍ଣ ମାର୍ଜନୀରେ ରଥ ଛେରା ପହଁରା କରିଥିଲେ । ଛେରା ପହଁରା କାର୍ଯ୍ୟ ପରେ ଭୋଇ ସେବକମାନେ ସାରଥୀ ଙ୍କୁ ରଥାରୂଢ କରାଇଥିଲେ । ଚାରମାର ଫିଟା ପରେ, ବଳଭଦ୍ରଙ୍କ ରଥରେ ବାସୁକୀ,ସୁଭଦ୍ରଙ୍କ ରଥରେ ସ୍ବର୍ଣ୍ଣଚୂଡ ଓ ଜଗନ୍ନାଥଙ୍କ ରଥରେ ଶଙ୍ଖ ଚୂଡ ନାମକ ରଜ୍ଜୁ ସଂଯୋଗ କରିବା ପରେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ଅପରାହ୍ମ ୨ଟା ୩୦ ସମୟରେ ତାଳ ଧ୍ୱଜ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ରଥକୁ ଭକ୍ତ ମାନେ ବଡ ଦାଣ୍ଡରେ ଟାଣି ଟାଣିଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ।

Leave A Reply