www.samajalive.in
Sunday, December 7, 2025
14.1 C
Bhubaneswar

୪ ଦୁର୍ବୃତ୍ତ ଗ୍ରାହକ ସାଜି ଆସିଲେ, ବନ୍ଧୁକ ଦେଖାଇ ଲୁଟିଲେ

ବଲାଙ୍ଗୀର: ବଲାଙ୍ଗୀର ସହରେ ରବିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ,  ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ କରିବା ପାଇଁ ସଜବାଜ କରୁଥିଲେ ମେହେର ବେଟେରୀ ଦୋକାନରେ ମାଲିକ ଶିବରାମ ମେହେର। ସମୟ ହୋଇଥିବାରୁ ଦୋକାନରେ କାମ କରୁଥିବା କର୍ମଚାରୀ ମାନେ ଚାଲିଯାଇଥିଲେ। ଶିବରାମ ତାଙ୍କ ଭାଇ ଧ୍ରୁବଚରଣ ମେହେରଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଏକ ଆପାଚି ଗାଡ଼ିରେ ଦୁଇ ଜଣ ଯୁବକ ଆସିଥିଲେ।  ମାଲିକ ଶିବରାମକୁ ବ୍ୟାଟେରୀ ବାବଦରେ କିଛି ପଚାରିଥିଲେ। ଠିକ କିଛି ସମୟ ପରେ ଯୋଜନା ଅନୁସାରେ ଏକ ଗ୍ଲାମର ଗାଡ଼ିରେ ଆଉ ଦୁଇ ଜଣ ଯୁବକ ଆସିଥିଲେ। ତାପରେ ବନ୍ଧୁକ ଦେଖାଇ ଦୃବୃତ୍ତ ମାନେ ଟଙ୍କା ମାଗିଥିଲେ। ବନ୍ଧୁକ ଦେଖି ଦୋକାନ ମାଲିକ ଓ ତାଙ୍କ ଭାଇ ଭୟଭୀତ ହୋଇଯାଇଥିଲେ। ଟଙ୍କା ଥିବା ଡ୍ର ଲକ ଭାଙ୍ଗି ପାରି ନ ଥିବା ବେଳେ ମାଲିକ ପାଖରେ ଥିବା ପାଞ୍ଚ ହଜାର ଟଙ୍କା, ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ତିନୋଟି ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲେ। ଡକାୟତି ସମୟର ସମସ୍ତ ଚିତ୍ର ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କୟେଦ ହୋଇଛି  ୪ଜଣ ଡକାୟତ ୪ଟି ବନ୍ଧୁକ ରଖିଥିବା ବେଳେ ଦୁଇ ଜଣ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ବେଳେ ଅନ୍ୟ ଦୁଇ ଜଣ ଦୃବୁତ୍ତ ଲୁଟପାଟ କରୁଥିଲେ।

- Advertisement -

ସହର ଭିତରେ ରାତି ୯ଟାରେ ପୁଣି ଲୋକଙ୍କ ଗହଳି ଭିତରେ ଏଭଳି ଢଙ୍ଗରେ ଦୁର୍ବୃତ୍ତ ମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତି କରିଛନ୍ତି । ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ବଲାଙ୍ଗୀର ଏସପି ମଡ଼କାର ସନ୍ଦୀପ ସମ୍ପଦ ଓ ଏସଡିପିଓ ଶ୍ରୀମନ୍ତ ବାରିକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଏନେଇ ପୁଲିସ କିଛି କହିବାକୁ ମନାକରିଦେଇଥିବା ବେଳେ ଡକାୟତିର ଶିକାର ହୋଇଥିବା ଶିବରାମ ଓ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories