www.samajalive.in
Sunday, December 7, 2025
13.1 C
Bhubaneswar

ଆମେରିକା ମହାକାଶଯାନର ନାମ ‘କଳ୍ପନା ଚାୱାଲା’: ଆସନ୍ତା ୨୯ ତାରିଖରେ ଅନ୍ତରୀକ୍ଷ ପ୍ରକ୍ଷେପଣ ଲାଗି ସମୟ ଧାର୍ଯ୍ୟ

ୱାଶିଂଟନ: ଆସନ୍ତା ୨୯ ତାରିଖରେ ମହାକାଶକୁ ପୁଣି ଯିବେ କଳ୍ପନା ଚାୱଲା । ଆଶ୍ଚର୍ଯ୍ୟ ହେଉଛନ୍ତି କି? ଏହି କଳ୍ପନା ଚାୱଲା ହେଉଛି ଆମେରିକାର ଏକ ମହାକାଶଯାନର ନାଁ । ଆସନ୍ତା ୨୯ ତାରିଖରେ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନରୁ ଏହି ମହାକାଶଯାନ ପ୍ରେରଣ କରାଯିବ । ଅର୍ଥାତ୍ ସରଳ ଭାବରେ କହିବାକୁ ଗଲେ ।  ଆମେରିକା ମହାକାଶକୁ ଛାଡ଼ିବାକୁ ଥିବା ମହାକାଶଯାନ (ସ୍ପେସକ୍ରାପ୍ଟ)ର ନାମ ଭାରତୀୟ ବଂଶୋଦ୍ଭବ ଅନ୍ତରୀକ୍ଷ ଯାତ୍ରୀ କଳ୍ପନା ଚାୱଲାଙ୍କ ନାଁରେ ରଖିଛି । ଆମେରିକାର ଏରୋସ୍ପେଶ କମ୍ପାନୀ ନର୍ଥରୋପ୍ ଗ୍ରୁମେନ ଏହି ମହାକାଶ ଯାନ ପ୍ରସ୍ତୁତ କରିଛି ।
କଳ୍ପନା ଚାୱଲା ୨୦୦୩ ଜାନୁଆରୀ ୧୬ ତାରିକରେ ଆମେରିକାର ଅନ୍ତରୀକ୍ଷ ଯାନ କଲମ୍ବିଆର ସଦସ୍ୟ ଥିଲେ । ପ୍ରଥମ ଭାରତୀୟ ମହିଳା ଭାବରେ ସେ ମହାକାଶଯାତ୍ରା କରିଥିଲେ । ୨୦୦୩ ଫେବ୍ରୁଆରୀ ୧ ତାରିଖରେ ୧୬ ଦିନ ମହାକାଶ ଯାତ୍ରା ଶେଷ କରି ସେ ପୃଥିବୀ ପ୍ରତ୍ୟାବର୍ତନ କରୁଥିବାବେଳେ ଲ୍ୟାଣ୍ଡିର ଠିକ୍ ୧୬ ମିନିଟ୍ ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ସମୟରେ କଲମ୍ବିଆ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ କଳ୍ପନାଙ୍କ ସହ ସମସ୍ତ ମହାକାଶଚାରୀ ମୃତ୍ୟୁବରଣ କରିଥିଲେ । ଏହାର ୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଦ୍ବିତୀୟ ଅନ୍ତରୀକ୍ଷ ଯାତ୍ରୀ ଭାବରେ ମହାକାଶ ଯାଇଥିଲେ ।
ଆମେରିକାର ସ୍ପେଶକ୍ରାଫ୍ଟ ନିର୍ମାଣ ସଂସ୍ଥା ନର୍ଥରୋପ୍ ଗ୍ରୁମମେନ ଏକ ଟ୍ବିଟରରେ ଏ ସମ୍ପର୍କରେ ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ ଆଜି ଆମେ କଳ୍ପନା ଚାୱାଲାଙ୍କ ସମ୍ମାନ କରୁଛୁ । ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା ଅନ୍ତରୀକ୍ଷ ଯାତ୍ରୀ ଭାବରେ ସେ ଇତିହାସ ସୃଷ୍ଟି କରିଥିଲେ । ମହାକାଶ ଯାନ ଅଭିଯାନରେ ତାଙ୍କର ଯୋଗଦାନ ଅତ୍ୟନ୍ତ ସକାରାତ୍ମକ ଓ ସ୍ଥାୟୀ ପ୍ରଭାବୀ । ସେଥିପାଇଁ ଆମର ଯାନର ନାମ ଏସଏସ୍ କଳ୍ପନା ଚାୱାଲା ରଖାଯାଇଛି । ଗ୍ରୁମମେନ ପକ୍ଷରୁ ଏହାମ ଧ୍ୟ କୁହାଯାଇଛି ଯେ ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଥିବା ବ୍ୟକ୍ତିଙ୍କ ନାମରେ ମହାକାଶ ଯାନର ନାମ ରଖାଯିବାକୁ ଆମେ ନିଷ୍ପତ୍ତି ନେଇଛୁ । ଏଥିପାଇଁ କଳ୍ପନା ଚାୱାଲାଙ୍କ ନାମ ଆମ ମହାକାଶଯାନକୁ ଦେଇଛୁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କଳ୍ପନା ୧୯୬୨ ମାର୍ଚ ୧୭ ତାରିଖରେ ହରିଆଣାରେ ଜନ୍ମଗ୍ରହଣ କରିଥିଲେ । ୨୦ ବର୍ଷ ବୟସରେ ସେ ଆମେରିକା ଚାଲି ଯାଇଥିଲେ ଓ ଏରୋସ୍ପେଶ ଇଞ୍ଜିନିଅରିଂ ଶିକ୍ଷାଲାଭ କରିଥିଲେ । ଏହାପରେ ସେ ନାସାରେ ଯୋଗ ଦେଇଥିଲେ । ୧୯୯୭ ନଭେମ୍ବର ୧୯ ତାରିଖରେ ପ୍ରଥମଥର ପାଇଁ ମହାକାଶ ଯିବା ପାଇଁ ସୁଯୋଗ ମିଳିଥିଲା । ଏହାପରେ ପୁଣି ତାଙ୍କୁ ୨୦୦୩ ଜାନୁଆରୀରେ ମହାକାଶ ପଠାଯାଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories