www.samajalive.in
Sunday, December 7, 2025
14.1 C
Bhubaneswar

୨୩ରୁ ବସିବ ବିଧାନସଭା, ସଦସ୍ୟମାନଙ୍କଠାରୁ ଲୋଡାଗଲା ଅଣତାରକା ପ୍ରଶ୍ନ

ଭୁବନେଶ୍ୱର : ଚଳିତମାସ ୨୩ରୁ ଷୋଡଶ ବିଧାନସଭାର ୪ର୍ଥ ଅଧିବେଶନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ ଏହି ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଅର୍ଥାତ ୮ଦିନ ଚାଲିବ। ଏଥିପାଇଁ ସଦସ୍ୟମାନଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡାଯାଇଛି। କୋଭିଡ଼ ଯୋଗୁଁ ଆସନ୍ତା ଅଧିବେଶନ କାଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ନକରିବାପାଇଁ ସରକାରଙ୍କ ପ୍ରସ୍ତାବ ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୩ରେ କୃଷିବିଭାଗ ସହିତ, ଖାଦ୍ୟଯୋଗାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ସମବାୟ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କାର୍ଯ୍ୟଦିବସ ରହିଛି। ସେହିପରି ୨୪ରେ ଜଳସମ୍ପଦ ବିଭାଗ ସହିତ ଯୋଜନ ଓ ସଂଯୋଜନ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର କାର୍ଯ୍ୟଦିବସ ରହିଥିବାବେଳେ ୨୫ରେ ରାଜସ୍ୱ, ଶକ୍ତି, କ୍ରୀଡା ଓ ଯୁବବ୍ୟାପାର, ଶିଳ୍ପ, ଆଇଟି ଓ ଏମଏସଏମଇ ବିଭାଗ, ୨୬ରେ ମହିଳା ଓ ଶିଶୁ କଲ୍ୟାଣ, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ, ସାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟଦିବସ ରହିଛି।

- Advertisement -

ସେହିପରି ୨୭ରେ ସ୍ୱାସ୍ଥ୍ୟ ବିଭାଗ ସହିତ ଏସସିଏସଟି, ପର୍ଯ୍ୟଟନ, ବୟନ ଓ ହସ୍ତତନ୍ତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କାର୍ଯ୍ୟଦିବସ ରହିଥିବାବେଳେ ୨୮ ତାରିଖରେ ଗୃହ, ଅର୍ଥ, ପୂର୍ତ, ଅବକାରୀ, ଇସ୍ପାତ ଓ ଖଣି ଏବଂ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟଦିବସ ରହିଛି। ୨୯ ତାରିଖରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ, ନଗର ଉନ୍ନୟନ, ଶ୍ରମ, ସଂସଦୀୟ ବ୍ୟାପାର ଏବଂ ଆଇନ ବିଭାଗର କାର୍ଯ୍ୟ ଦିବସ ରହିଛି। ତେବେ ୩୦ ତାରିଖ ଲାଗି ସ୍ୱତନ୍ତ୍ର ଭାବେ ପତ୍ରରେ କିଛି ଉଲ୍ଲେଖ କରାଯାଇନାହିଁ।

ଅନ୍ୟପକ୍ଷରେ ଏସଂକ୍ରାନ୍ତରେ ସଦସ୍ୟମାନଙ୍କୁ ଅବଗତ କରାଯିବା ସହିତ ତାଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡାଯାଇଛି। ୨୩, ୨୪ ଓ ୨୫ ତାରିଖ କାର୍ଯ୍ୟଦିବସ ଲାଗି ଚଳିତମାସ ୧୦ତାରିଖ ସୁଦ୍ଧା ଅଣତାରକା ପ୍ରଶ୍ନ ନୋଟିସ ପଠାଇବାକୁ ଦର୍ଶାଯାଇଥିବାବେଳେ ୨୬, ୨୭ ଓ ୨୮ ତାରିଖ ଲାଗି ୧୧ତାରିଖ ସୁଦ୍ଧା ଏବଂ ୨୯ ତାରିଖ ଲାଗି ୧୪ ସୁଦ୍ଧା ଓ ୩୦ ତାରିଖ ଲାଗି ୧୫ ତାରିଖ ସୁଦ୍ଧା ମଗାଯାଇଛି। ବିଧାନସଭା ୨୩ରୁ ଆରମ୍ଭ ହେବା ନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁଯାୟୀ ସରକାରଙ୍କୁ ଏନେଇ ଅବଗତ କରାଯାଇଛି। ହେଲେ କେବେ ବିଧାନସଭା ଚାଲୁ କରାଯିବ ସେନେଇ ବିଧିବଦ୍ଧ ଭାବେ କୌଣସି ଚିଠି ପାଇନାହୁଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories