nua o banner

ଆଳୁ ବର୍‍ଫି

BJD Bijuli 480×75 Mob

ଆବଶ୍ୟକ ସାମଗ୍ରୀ
ଆଳୁ – ୪ଟି ( ସିଝା ହୋଇଥିବା)
ନଡ଼ିଆ କୋରା – ଆବଶ୍ୟକ ପରିମାଣରେ
ଚିନି – ଆବଶ୍ୟକ ପରିମାଣରେ (ପେଷା ହୋଇଥିବା)
ଘିଅ – ୩ ଚାମଚ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସିଝା ଆଳୁକୁ କୋରି ଦିଅନ୍ତୁ। ଏହାପରେ ଏହାକୁ ପେଷି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପେଷି ଥିବା ଆଳୁକୁ ପକାଇ ଗୋଳାନ୍ତୁ। ୨ ରୁ ୩ ମିନିଟ ପରେ ଚିନି , ନଡ଼ିଆ କୋରା ପକାଇ ପୁଣି ଗୋଳାନ୍ତୁ। ଏବେ ଆଉ ଏକ ବଡ଼ ଥାଳିରେ ଅଳ୍ପ ଘିଅ ଲଗାଇ ପ୍ରସ୍ତୁତ ଆଳୁକୁ ଥାଳିକୁ କାଢନ୍ତୁ। ଏହାପରେ ଥାଳିର ସବୁ ଆଡ଼କୁ ଏହି ଆଳୁକୁ ସମାନ ଭାବେ ରଖନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, ପେସ୍ତା, ବାଦାମ ଉପରେ ପକାଇ କିଛି ସମୟ ରଖିବା ପରେ ଛୁରୀ ଦ୍ୱାରା ବର୍‍ଫି ଆକୃତିର କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ବର୍‍ଫି।

Comments are closed.