www.samajalive.in
Sunday, December 7, 2025
26.1 C
Bhubaneswar

କରୋନାରୁ ସୁସ୍ଥ ୪୦% ରୋଗୀଙ୍କ ଦେହରୁ ଶେଷ ଆଣ୍ଟିବଡ଼ି: ପୁଣି ସଂକ୍ରମଣ ହେବା ଆଶଙ୍କା

ଅହମଦାବାଦ: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ରୋଗୀଙ୍କ ଦେହରୁ ଶେଷ ହେଉଛି ଆଣ୍ଟିବଡ଼ି । ଅର୍ଥାତ୍ ସୁସ୍ଥ ହେବା ପରେ କରୋନା ପ୍ରତିରୋଧୀ ଜୀବାଣୁ ସେମାନଙ୍କ ଦେହରୁ ଗାଏବ ହୋଇ ଯାଉଛି । ପ୍ରାୟ ୪୦% ରୋଗୀଙ୍କ କ୍ଷେତ୍ରରେ ଏପରି ଦେଖାଯାଉଛି । ଫଳରେ ଏହି ସୁସ୍ଥ ଲୋକମାନେ ପୁଣି କରୋନା ସଂକ୍ରମିତ ହୋଇ ପାରନ୍ତି ବୋଲି ଅହମ୍ମଦାବାଦର ଏକ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । କରୋନାରୁ ସୁସ୍ଥ ହୋଇଥିବା ୧୮୦୦ ଲୋକଙ୍କ  ଉପରେ ଅନୁଧ୍ୟାନ ପରେ ସଂସ୍ଥା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

 ଅହମ୍ମଦାବାଦ ନଗର ନିଗମ ଚିକିତ୍ସା ଅଧିକାରୀ ଡ଼ା. ଭବୀନ ସୋଲାଙ୍କି ଶୁକ୍ରବାରଦିନ ପ୍ରଦାନ କରିଥିବା ତଥ୍ୟ ଅନୁସାରେ କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କ ଦେହରୁ ଆଣ୍ଟିବଡ଼ି ​‌ଶେଷ ହୋଇ ଯାଉଛି । ଏହା ଫଳରେ ସେମାନେ ପୁନର୍ବାର କରୋନା ସଂକ୍ରମିତ ହୋଇ ପାରନ୍ତି । ଅନୁରୂପ ଭାବରେ ନଗରନିଗମ ପକ୍ଷରୁ ପରିଚାଳିତ ଏମଇଟି ମେଡ଼ିକାଲ କଲେଜର ପ୍ରଫେସର ଡ଼ା. ଜୟସେଠ କହିଛନ୍ତି ଯେ ୧୮୦୦ ଲୋକଙ୍କୁ ନେଇ ଯେଉଁ ସର୍ବେକ୍ଷଣ କରାଯାଇଛି ଏବଂ ମାର୍ଚରୁ ଜୁଲାଇ ମାସ ମଧ୍ୟରେ ଆଣ୍ଟିଜେନ ପରୀକ୍ଷଣ ମାଧ୍ୟମରେ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।  ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରାୟ ୪୦% ସୁସ୍ଥ ସଂକ୍ରମିତଙ୍କ ଦେହରୁ ଆଣ୍ଟିବଡ଼ି ନଷ୍ଟ ହୋଇ ଯାଇଛି । ଏଥିରୁ ସ୍ପଷ୍ଟ ଯେ ଯେଉଁମାନେ ଆଣ୍ଟିବଡ଼ି ହରାଇଛନ୍ତି ସେମାନେ ପୁନର୍ବାର କରୋନାରେ ପୀଡ଼ିତ ହୋଇପାରନ୍ତି । ତେଣୁ କରୋନା ଟୀକା ବଜାରରେ ଉପଲବ୍ଧ ହୋଇନାହିଁ, ସେ ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡ଼. ସୋଲାଙ୍କି କହିଛନ୍ତି। 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories