www.samajalive.in
Monday, December 8, 2025
14.1 C
Bhubaneswar

ଦଶହରା ପୂର୍ବରୁ ​‌ଦ୍ବୖେତନଗରୀ ଅଶାନ୍ତ; ଦୁର୍ଦାନ୍ତ ହାଡ଼ିଆକୁ ହତ୍ୟା

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାତିରେ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟ୍‍ରେ ଦୁର୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ଗୁରୁତର ହୋଇପଡ଼ିଥିଲା। ସଂକଟାପନ୍ନ ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଡ଼ାନାସୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ବିବାଦ ଜଣାପଡ଼ିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ତଥ୍ୟ ହାସଲ କରିପାରିନାହିଁ। ହାଡିଆ ମୃତ୍ୟୁ ଘଟଣା ସହରରେ ଆଲୋଡ଼ନ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହାଡ଼ିଆ ସତୀଚଉରା ନିକଟସ୍ଥ ଇପ୍‌ସାର୍‌ ଗଡ଼ା ନିକଟରେ ଏକ ବାଲି, ଗୋଡ଼ି ଓ ଇଟା ଦୋକାନ କରିଥିଲା। ଆଜି ରାତିରେ ସେ ଏକୁଟିଆ ସେଠାରୁ ଘରକୁ ଫେରୁଥିବା ବେଳେ ଦୋକାନଠାରୁ କିଛି ମିଟର ଦୂରରେ କେତେକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ତା’ର ବାଟପଟ ହାତକୁ ସଂପୂର୍ଣ୍ଣ ହାଣି ପକାଇଥିଲେ। ଖଣ୍ଡା ଚୋଟରେ ହାଡ଼ିଆ ଗୁରୁତର ହୋଇ ରାସ୍ତାରେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସର ସୂଚନା ଅନୁଯାୟୀ, ନିହତ ହାଡ଼ିଆ ଉଭୟ ଲାଲବାଗ ଓ ବିଡ଼ାନାସୀ ଥାନା ଅଞ୍ଚଳରେ ଜଣେ ଜଣାଶୁଣା ଅପରାଧୀ ଭାବେ ପରିଚିତ ଥିଲା। ବୋମାମାଡ଼, ହତ୍ୟା ଉଦ୍ୟମ, ବଟି ଆଦାୟ ଭଳି ୨୩ରୁ ଊର୍ଦ୍ଧ୍ବ ମାମଲା ତା’ ବିରୋଧରେ ରହିଥିଲା। ବହୁବାର ଧରାପଡ଼ି ସେ ଜେଲ୍‍ ଯାଇଥିଲା। ଜାମିନ୍‍ରେ ଆସିବା ପରେ ତା’ର ସ୍ବଭାବରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ବାରମ୍ବାର ସେ ବିଭିନ୍ନ ଅପରାଧରେ ଲିପ୍ତ ରହିଥିଲା। ଏଥିଯୋଗୁଁ ତା’ର ବିରୋଧୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ହାଡିଆର ଅସଲ ଘର ଅଲିଶାବଜାର ଅଞ୍ଚଳରେ ହୋଇଥିବା ବେଳେ ସେ ବିଡ଼ାନାସୀ ଥାନା ଅନ୍ତର୍ଗତ ଶିବାଜୀନଗରରେ ଘର କରି ରହିବା ସହିତ ସତୀଚଉରା ଛକରେ ଏକ ମଦଦୋକାନ କରିଥିଲା। କୋଭିଡ୍‌ କଟକଣା ପାଇଁ ପୁଲିସ ତା’ ମଦଦୋକାନକୁ ସିଲ୍‍ କରିଦେବା ପରେ ସେ କିଛି ଦିନ ହେବ ଇପ୍‍ସାର ଗଡ଼ା ନିକଟରେ ବାଲି ଗୋଡ଼ି ଓ ଇଟା ବ୍ୟବସାୟ ଚଳାଇଥିଲା। ରାତିରେ ଘରକୁ ଫେରିବା ବେଳେ ୧୦ା୧୨ଜଣ ତାକୁ ଘେରିଯିବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଜାରି ରହିବା ସହିତ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଥିବା ବିଡ଼ାନାସୀ ଥାନା ଅଧିକାରୀ ଏଲ.ଏନ ତିୱାରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories