www.samajalive.in
Sunday, December 7, 2025
26.1 C
Bhubaneswar

ଜିଲାସ୍ତରୀୟ ପର୍ଯ୍ୟାଲୋଚନା କମିଟି ବୈଠକ

ବୌଦ୍ଧ :ବୌଦ୍ଧଜିଲାରେ ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ପ୍ରଥମ ଜିଲାସ୍ତରୀୟ ପର୍ଯ୍ୟାଲୋଚନା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅଅନୁଷ୍ଠିତ ହୋଇଯାଇଛି। ଚଳିତ ଖରିଫ ୨୦୨୦ ବର୍ଷ ପାଇଁ ଜିଲାରେ ରିଲାଏନସ ଇନସୁରେନ୍ସ କମ୍ପାନୀକୁ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଧିକୃତ କରାଯାଇଛି। ଅଧିସୂଚିତ ଫସଲ ଧାନ ପାଇଁ ଚାଷୀମାନେ ୧ ହେକ୍ଟର କୁ ୧୩୫୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ। ଏହାର ସଫଳ ରୂପାୟନ ପାଇଁ କୃଷି ବିଭାଗ, ସମବାୟ ବିଭାଗ, ବ୍ୟାଙ୍କ ଓ କମ୍ପାନୀର ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଜିଲାପାଳ ଶ୍ରୀ ମିଶ୍ର ବୈଠକରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ନୋଡାଲ ଅଫିସର ତଥା ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଜିଲା ମୁଖ୍ୟ କୃଷି ଅଧିକାରୀ,ଏଜିଏମ ନାବାର୍ଡ,ଏଲଡିଏମ,ଡିପିଏମୟୁ ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories