www.samajalive.in
Tuesday, December 9, 2025
26.1 C
Bhubaneswar

ପୁଣି ୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ : ସଂକ୍ରମିତ ହେଲେ ଲ୍ୟାବ୍‍ ଟେକ୍ନିସିଆନ

ବୁର୍ଲା: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରର ଜଣେ ଲ୍ୟାବ୍- ଟେକ୍ନିସିଆନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ଼-୧୯ ପରୀକ୍ଷଣ ଲାବ ଏବଂ ମାଇକ୍ରୋଲୋଜି ବିଭାଗକୁ ଆଗାମୀ ଆଗାମୀ ୩ ଦିନ ପାଇଁ ବନ୍ଦ କରାଯିବା ପାଇଁ ମାଇକ୍ରୋବାୟୋଲୋଜି ବିଭାଗ ରତଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବର ଆରଟିପିସିଆର ପରୀକ୍ଷା ଅନବରତ ଭାବରେ କରା ଚାଲିଥିଲା। ତେବେ ଏହି ମାଇକ୍ରୋବାୟୋଲୋଜି ବିଭାଗରେ ରହିଥିବା କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରର ଜଣେ ଲ୍ୟାବ୍- ଟେକ୍ନିସିଆନ କରୋନା ଲକ୍ଷଣ ଦେଖାଦେବା ପରେ ଜରୁରୀକାଳିନ ଭିତ୍ତିରେ ତାଙ୍କର ସ୍ୱାବ ସଂଗୃହିତ କରାଯାଇ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସ୍ଥିତି ଆହୁରି ଚିନ୍ତାଜନକ ହେବା ସହିତ ଲାବ ମଧ୍ୟରେ କରୋନା ସଂକ୍ରମଣର ଭୟର ବାତାବରଣ ଖେଳି ଯାଇଥିଲା। ଏହି ପରିପେକ୍ଷିରେ ଭିମସାରର ମେଡ଼ିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟଙ୍କ ତରଫରୁ ମାଇକ୍ରୋବାୟୋଲୋଜି ବିଭାଗ ସହିତ କୋଭିଡ଼-୧୯ ପରୀକ୍ଷଣ ଲାବକୁ ମଧ୍ୟ ଆଗାମି ତିନି ଦିନ ଅଗଷ୍ଟ ମାସ ୩୦ ତାରିଖରୁ ସେପ୍ଟେମ୍ବର ମାସ ୧ ତାରିଖ ବନ୍ଦ ରଖାଯିବା ପାଇଁ ଚିଠି ସଂଖ୍ୟା ୩୬୪ ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେପଟେ ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ବନ୍ଦ ହେବା ପରିପେକ୍ଷିରେ ଭିମସାର ହସପିଟାଲରେ ଆଣ୍ଟିଜେନ କୋଭିଡ଼ ପରୀକ୍ଷା କରାଯିବ ଏବଂ ଜରୁରୀସ୍ଥଳେ ଆରଟିପିସିଆର ପରୀକ୍ଷା ପାଇଁ ସ୍ୱାବ କଟକ ମେଡ଼ିକାଲକୁ ପ୍ରେରିତ କରାଯିବ ବୋଲି ସୂଚନା ହସ୍ତଗତ ହୋଇଛି।

- Advertisement -

 

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories