ସମ୍ବଲପୁର ବାଇପାସ ନିକଟରୁ ଅଜଣା ଶବ ଜବତ

0

ଝାରସୁଗୁଡା: ସମ୍ବଲପୁର ମୁଖ୍ୟରାସ୍ତାର ବାଇପାସ ବେହେରାପଟ ନିକଟରେ ଥିବା କଲଭଟ ତଳୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟଲୋକ ଦେଖିବା ପରେ ବିଟିଏମ୍ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।  ମୃତ ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୁଲିସ ମୃତକଙ୍କ ପରିଚୟ ଖୋଜୁଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply