www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୭୬.୩୦% : ୩ କୋଟି ୭୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ବୁଧବାର ଏହା ୭୬.୩୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୬୩ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି। ଗତ ୨୫ ଦିନ ଧରି ଦେଶରେ ଆରୋଗ୍ୟ ହାର ଶତକଡ଼ା ଶହେଭାଗରୁ ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି,ଗତ ୨୪ ଘଣ୍ଟା ଭିତରେ ଆଉ ୬୭ ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କୋଭିଡ୍‍
ସଂକ୍ରମିତମାନଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ ରହିଛି। ଗୋଟିଏ ଦିନରେ ୧ହଜାର ୫୯ ଜଣଙ୍କର ମୃତ୍ୟୁ ଘଟି ଥିବାରୁ କୋବିଡ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ  ୧. ୮୪% ରହିଛି। ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ୍‍-୧୯ ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି। ଅନ୍ୟପକ୍ଷରେ ୭ଲକ୍ଷ ୭ ହଜାର ୨୬୭ ସକ୍ରିୟ ସଂକ୍ରମିତ  ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

- Advertisement -

କୋବିଡ୍‍ ନମୁନା ପରୀକ୍ଷା ବୃଦ୍ଧି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୮ଲକ୍ଷ ୨୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯିବା ସହ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୭୬ ଲକ୍ଷ ୫୧ ହଜାର ନମୁନା ପରୀକ୍ଷା କରାଯାଇଛି। ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତ ମାନଙ୍କ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସଂକ୍ରମିତ ପ୍ରତିଶତ ସାପ୍ତାହିକ ଭିତ୍ତିରେ ମୋଟ୍‍ ନମୁନା ପରୀକ୍ଷାର ୮ ପ୍ରତିଶତ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ୨୬ ହଜାରକୁ ବୃଦ୍ଧି ପାଇଛି।
ଆଇସିଏମ୍‍ଆର୍‍ କହିଛି, ଦେଶରେ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତିଗୁଡ଼ିକର ଉତ୍ପାଦନ ଯୋଗୁଁ ଆର୍‍ଟି-ପିସିଆର୍‍ ପରୀକ୍ଷା ବାବଦ ଖର୍ଚ୍ଚ ବହୁମାତ୍ରାରେ କମିଯାଇଛି। ଏହା ପୂର୍ବର ୨ହଜାର ଟଙ୍କାରୁ ହ୍ରାସ ପାଇ ବର୍ତ୍ତମାନ ୩୦୦ ଟଙ୍କାରେ କରାଯାଉଛି। ସାପ୍ତାହିକ ଭିତ୍ତିରେ ଦୈନିକ ନମୁନା ପରୀକ୍ଷାରେ ବୃଦ୍ଧି ଘଟି ଜୁଲାଇ ପ୍ରଥମ ସପ୍ତାହର ୨ଲକ୍ଷ ୩୦ ହଜାରରୁ ଚଳିତ ସପ୍ତାହରେ ୮ଲକ୍ଷରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ୧ହଜାର ୫୪୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୯୯୨ଟି ସରକାରୀ ପରୀକ୍ଷାଗାର ଓ ୫୪୮ ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories