www.samajalive.in
Wednesday, December 10, 2025
17.1 C
Bhubaneswar

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖାଯାଉ : ଏ.ଆଇ.ଏସ୍.ଏଫ୍

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଉଥିବା ସମୟରେ ନିଟ୍ ଓ ଜେଇଇ ପରୀକ୍ଷା ପରିଚାଳନା ନିଷ୍ପତ୍ତି ଅତ୍ୟନ୍ତ ଅମାନବୀୟ। ବର୍ଷବର୍ଷ ଧରି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ମାତ୍ର ଦେଶରେ ପରୀକ୍ଷାର ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କୁ ସଂକ୍ରମିତ ହେବାର ସମ୍ଭାବନା ରହିଛି ।  କର୍ଣ୍ଣାଟକରେ ସଂକ୍ରମଣର ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦାହରଣ ମଧ୍ୟ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନ, ହୋଟେଲ୍, ଗେଷ୍ଟ ହାଉସ୍, ମେସ୍ ଆଦି ବନ୍ଦ ରହିଥିବା ବେଳେ ଦୂର ସ୍ଥାନରୁ ଆସିଥିବା ପରୀକ୍ଷାର୍ଥୀଙ୍କ ରହିବା ସମ୍ୱନ୍ଧରେ କୌଣସି ସୂଚନା ନାହିଁ। ହଟ୍ ସ୍ପଟ୍ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ। ଏଭଳି ସ୍ଥଳେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସେଣ୍ଟରେ ପହଞ୍ଚାଇବାର କୌଣସି ବ୍ୟବସ୍ଥା ନାହିଁ। ଘଣ୍ଟା-ଘଣ୍ଟା ଧରି ମାସ୍କ୍ ପିନ୍ଧିବା ସେମାନଙ୍କ ପାଇଁ ଅସ୍ୱାସ୍ଥ୍ୟକର। କେବଳ ପରୀକ୍ଷାର୍ଥୀମାନେ ନୁହେଁ, ସେମାନଙ୍କ ପରିବାର ଲୋକ ଓ ସମ୍ୱନ୍ଧୀୟମାନେ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ। ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ବିପଦ ମୁହଁକୁ ଠେଲି ଦେବ ଏବଂ ସେଥିପାଇଁ କେବଳ ସରକାର ହିଁ ଦାୟୀ ରହିବେ ବୋଲି ଛାତ୍ରସଂଘର ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି। ତେଣୁ ସ୍ଥିତି ସ୍ୱଭାବିକ ହେବା ପର୍ୟ୍ୟନ୍ତ ନିଟ୍ ଓ ଜେଇ ପରୀକ୍ଷା ସ୍ଥଗିତ ରଖାଯାଉ ଅଥବା ନାମଲେଖା ପାଇଁ ସରକାର ଏକ ବିକଳ୍ପ ପ୍ରକ୍ରିୟା ଗ୍ରହଣ କରନ୍ତୁ ବୋଲି ଏ.ଆଇ.ଏସ୍.ଏଫ୍. ପକ୍ଷରୁ ଦାବି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories