ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳାଫଳ
ଭୁବନେଶ୍ବର : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳାଫଳ। ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପୂର୍ବରୁ ଅଗଷ୍ଟ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବା ନେଇ ଘୋଷଣା କରାଯାଇଥିଲା। ମାତ୍ର ସିଏଚ୍ଏସିର ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
Comments are closed.