www.samajalive.in
Sunday, December 7, 2025
14.1 C
Bhubaneswar

ସର୍ପାଘାତରେ ଗୋଟିଏ ଗାଁ ରୁ ଦୁଇ ମୃତ

ପାଟଣା : ସର୍ପାଘାତରେ ଗୋଟିଏ ଗାଁ ର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଂଚାୟତ କୁମୁଳାବାହଳି ଗ୍ରାମର ସନିଆ ମୁଣ୍ଡାଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ପୁଅ ଗୌରାଙ୍ଗ ମୁଣ୍ଡା(୧୩)  ସର୍ପାଘାତରେ  ଗୁରୁତର ହୋଇଥିଲେ । ଗତକାଲି ରାତି ଘରେ ଚଟାଣରେ ଶୋଇଥିବା ବେଳେ ମଶାରୀ ବାହାରକୁ ବାହାରି ଯାଇଥିବା ଗୌରାଙ୍ଗର ହାତକୁ ଏକ ବିଷଧର ସାପ କାମୁଡି ଦେଇଥିଲା । ତାକୁ କ’ଣ ଗୋଟାଏ କାମୁଡି ଦେଇଥିବା ଗୌରାଙ୍ଗ କହିବା ସତ୍ତ୍ୱେ ଘର ଲୋକ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ । ଆଜି ସକାଳୁ ଗୌରାଙ୍ଗ ର ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଦେଖି ତାକୁ ପାଟଣା ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍ଗୀନ ଥିବାରୁ ଗୌରାଙ୍ଗକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ଗ୍ରାମର ଜଣେ ମୂକ ବ୍ୟକ୍ତି ମଙ୍ଗଳୁ ମୁଣ୍ଡାଙ୍କୁ ମଧ୍ୟ ଏକ ବିଷାକ୍ତ ଚିତି ସାପ କାମୁଡିବାରୁ ଆଜି ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳୁ ମୁଣ୍ଡା ଙ୍କର ମଧ୍ୟ ସେଠାରେ ମୃତ୍ୟୁ ଘଟିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories