ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କାଣ୍ଡଗରଡ଼ି ଗ୍ରାମର ଜଣଙ୍କ ଘରୁ ମଙ୍ଗଳବାର ଏକ ୧୦ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, କାଣ୍ଡଗରଡ଼ି ଗ୍ରାମର ଜୟନ୍ତ ଦାସଙ୍କ ଘରେ ଏକ ୧୦ ଫୁଟିଆ ଅଜଗର ସାପ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଲା ପରେ ନୀଳଗିରିର ଟୁରିଷ୍ଟ ଗାଇଡ଼ ମନରଞ୍ଜନ ଦାସ ସହିତ ଫରେଷ୍ଟ ଷ୍ଟାଫ ମିଶି ସାପଟିକୁ ଉଦ୍ଧାର କରି ନିକଟସ୍ଥ ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି।
Popular Categories



