ପୂର୍ବାହ୍ନର ମୁଖ୍ୟ ଖବର ନିଉଜ ଆଲର୍ଟ By Samaja Digital Last updated Jul 17, 2019 Share ଆଞ୍ଚଳିକ ପ୍ରଚାର ପାଇଁ ପାଟକୁରା ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର .- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବୁଧବାରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପ୍ରଚାର କରିଛନ୍ତି । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବାରିମୂଳ ପହଞ୍ଚିଥିଲେ । । ଏହାପରେ ସେ ପ୍ରଚାର ବସ୍ରେ ମାର୍ଶାଘାଇ, ଡେରାବିଶ୍ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ପ୍ରଚାର କରିଛନ୍ତି । ପାଟକୁରାରେ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରଓ୍ୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ରହିଛନ୍ତି । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ସବୁଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଯୁକ୍ତଦୁଇ ନାମଲେଖାପାଇଁ ଆଜି(ବୁଧବାର) ଅନ୍ତିମ ତାରିଖ ଭୁବନେଶ୍ୱର : ଯୁକ୍ତ ଦୁଇ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ବୁଧବାର ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି । ବଳକା ରହିଥିବା ଆସନ ପାଇଁ ୨୦ ତାରିଖରେ ସ୍ପଷ୍ଟ ସିଲେକ୍ସନ ସହ ଯୋଗ୍ୟ ବିବେଚିତ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ନାମ ଲେଖା ହେବ ବୋଲି ସୂଚନା ଦିଆଯାଇଛି । ଜୁଲାଇ ୨୯ ତାରିଖରୁ ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କର ମହାବିଦ୍ୟାଳରେ ପାଠପଢା ଆରମ୍ଭ ହେବ । ୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାୟନ କଟକ .- ଜୁଲାଇ ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିଚ ମାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ତିନି ହଜାର ନଅ ଶହ ପରୀକ୍ଷକଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ମୋଟ୍ ୨୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୨ଟି ଓ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଜାତୀୟ ଖବର ବିରଳ ଚନ୍ଦ୍ରଗ୍ରହଣ ଦୁନିଆ ଦେଖିଲା ମହାଜାଗତିକ ଦୃଶ୍ୟ । ଗୁରୁପୂର୍ଣ୍ଣିମାନେର ବିରଳ ଚନ୍ଦ୍ରଗ୍ରହଣ Related Posts ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି… Dec 29, 2024 ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ… Dec 9, 2024 ବିଭିନ୍ନ ଧାର୍ମିକ ମହତ୍ତ୍ୱ ରଖୁଥିବା ସ୍ଥାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମୁମ୍ବାଇ ଘର ଭୁଶୁଡିବା ଘଟଣା ମୁମ୍ବାଇ ଘର ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ମୁମ୍ବାଇର ଡୋଙ୍ଗରିରେ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହା ସହ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଲୋକ ଭଙ୍ଗା ଅଟ୍ଟାଳିକା ତଳେ ଫସି ରହିଥିବା ଅଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ଜଣେ ଶିଶୁ ସମତେ ଅନେକ ଲୋକଙ୍କୁ ଅଟ୍ଟାଳିକର ଭଗ୍ନାବଶେଷ ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଟ୍ଟାଳିକର ଭଗ୍ନାବଶେଷରେ ଅଧିକାଂଶ ମହିଳା ଓ ଶିଶୁ ଫସି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି ବୁଧବାରରେ କୁଳଭୂଷଣ ମାମଲାର ରାୟ ନୂଆଦିଲ୍ଲୀ : ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ) ବୁଧବାର ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ। ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ଯାଦବଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ବନ୍ଦୀ କରିବା ସହ ଏହାର ସାମରିକ ଅଦାଲତ ଯାଦବଙ୍କୁ ‘ତଥାକଥିତ ସ୍ବୀକାରୋକ୍ତି’ ଆଧାରରେ ମୃତ୍ୟୁଦଣ୍ଡାଦେଶ ଦେଇଛି। ଭାରତ ଆଇସିଜେରୁ ଏହା ଉପରେ ରହିତାଦେଶ ଆଣିଛି। ବୁଧବାର ଅପରାହ୍ଣ ୩ଟାରେ ଦି ହେଗ୍ସ୍ଥିତ ଆଇସିଜେ ଅଦାଲତରେ ଏକ ଖେଲା ଅଧିବେଶନରେ ଏହି ମାମଲାର ରାୟ ପ୍ରକାଶ କରିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ମୁଖ୍ୟ ବିଚାରପତି ଅବଦୁଲକ୍ବାଇ ଅହମ୍ମଦ ୟୁଶୁଫ ରାୟ ଶୁଣାଇବେ ବୋଲି କୁହାଯାଇଥିଲା। ଏକ ୧୦ଜଣିଆ ପୀଠ ଏହି ମାମଲାର ଶୁଣାଣି କରୁଥିଲେ। odisha newssamaja Share FacebookTwitterWhatsApp
Comments are closed.