www.samajalive.in
Saturday, December 6, 2025
15.1 C
Bhubaneswar

ସାପ କାମୁଡ଼ାରେ କଲେଜ ଛାତ୍ରୀଙ୍କ ଅକାଳ ମୃତ୍ୟୁ

ନୀଳଗିରି: ଘରେ ଶୋଇଥିବା ସମୟରେ ସାପ କାମୁଡ଼ିବା ଯୋଗୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି କଲେଜର ଜଣେ +୩ ବିଜ୍ଞାନ ଶେଷବର୍ଷ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱର ଜିଲା ରେମୁଣା ଥାନା ନରହରିପୁର କୋଚିଳାପଦା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ଝିଅ ସାଗରିକା (୧୯) ଘରେ ଶୋଇଥିବା ବେଳେ ଏକ ଚିତ୍ତିସାପ ତାଙ୍କୁ କାମୁଡ଼ି ଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବରପାଇ ନୀଳଗିରି କଲେଜର ଛାତ୍ରଛାତ୍ରୀ, ଛାତ୍ରୀଙ୍କ ସହପାଠୀ, ସହପାଠିନୀଙ୍କ ସମେତ ଛାତ୍ର କଂଗ୍ରେସ ସଂଗଠନ ବା ଏନଏସୟୁଆଇ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories