www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ ଧକ୍କାରେ ବାଇକ୍‍ ଆରୋହୀଙ୍କ ମୃତ୍ୟୁ

ଲାଞ୍ଜିଗଡ: ଲକ୍‍ଡାଉନ୍‍ କଟକଣା ବେଳେ ମାଲ ପରିବହନ ପାଇଁ ରାସ୍ତା ଫାଙ୍କ ଥିବା ବେଳେ ଜଣେ ଟ୍ରକ ଡ୍ରାଇଭରର ବେପାରୁଆ ଗାଡି ଚାଳନା ଯୋଗୁଁ ମଙ୍ଗଳବାର ଜଣେ ବାଇକ୍‍ ଆରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁରେ। ଟ୍ରକଟି ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ପଳାଉଥିବା ବେଳେ ଅଧା ରାସ୍ତାରେ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଚନାନୁଯାୟୀ ଆଜି ସକାଳ ୭.୩୦ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ପୁରୁଷୋତ୍ତମ ବାଗ(୪୮) ନିଜ ବାଇକରେ ଭବାନୀପାଟଣା ଯାଉଥିବା ବେଳେ ୬ ନମ୍ବର ରାଜ୍ୟ ରାଜପଥ ବଡ ଛତିକୁଡା ନିକଟରେ ଭବାନୀପାଟଣା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେବା ସହ ବାଇକକୁ କିଛି ଦୁର ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ସେ ମୁର୍ମୁଷୁ ଅବସ୍ଥାରେ ପଡିଥିବା ବେଳେ ଟ୍ରକଟି ଦୁର୍ଘଟଣା ଘଟାଇ ସିକେରକୁପା ପଟେ ଦ୍ରୁତଗତିରେ ପଳାଉଥିବା ବେଳେ କଦଳୀଘାଟିରେ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ଦୁର୍ଘଟଣା ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପକ୍ଷରୁ ମୃତ ଦେହ ଜବତ ସହ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ସଦରଥାନା କେସନଂ-୧୯୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଆଜି ଅପରାହ୍ନରେ ଗାଁରେ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories