www.samajalive.in
Sunday, December 7, 2025
13.1 C
Bhubaneswar

ବକେୟା ପ୍ରାପ୍ୟ ଦାବୀରେ ଜିଲା ମୁଖ୍ୟ ଚିକିତ୍ସାଳୟ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ସେମାନଙ୍କ ବକେୟା ପ୍ରାପ୍ୟ ଦାବିରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ଏକଜୁଟ ହୋଇ ସଫେଇ ସାମଗ୍ରୀ ସହ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଫଳରେ ଆଜି ଦିନ ତମାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ୱାର୍ଡ ଏବଂ ଡାକ୍ତରଖାନା ପରିସରରେ ସଫେଇ ହୋଇପାରି ନାହିଁ।

ସଫେଇ କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୦ ମାସ ପୂର୍ବରୁ ଭୁବନେଶ୍ୱରର ଅଭିରାମ କେୟାର ଏଣ୍ଡ ଏକ୍ସପୋର୍ଟ ନାମକ ଏକ ଘରୋଇ ସଂସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ହାତେଇଥିଲା। ମାତ୍ର ଉକ୍ତ ସଂସ୍ଥା ଦାୟିତ୍ୱ ନେବା ଦିନଠାରୁ ସଫେଇ କର୍ମଚାରୀମାନଙ୍କ ପ୍ରାପ୍ୟ ନିୟମିତ ଦେଉ ନ ଥିବା ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ କୈାଣସି ସୁଧାର ନ ଆଣି ସଫେଇ କର୍ମଚାରୀଙ୍କୁ ଡାକ୍ତରଖାନା ପରିସରରେ ସଫେଇ ପାଇଁ ନିୟୋଜିତ କରିଆସୁଅଛି। ଆଗକୁ ଜିଲ୍ଲାର ପ୍ରସିଦ୍ଧ ଗଣେଷ ପୂଜା ଏବଂ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ରହିଥିବା ବେଳେ ସଫେଇ କର୍ମଚାରୀ ମାନଙ୍କୁ ନିୟୋଜିତ କରିଥିବା ଠିକା ସଂସ୍ଥା ୨ ମାସର ବକେୟା ପ୍ରାପ୍ୟ ପ୍ରଦାନ କରି ନାହିଁ। ଏ ନେଇ ସଫେଇ କର୍ମଚାରୀ ମାନେ ପୂର୍ବରୁ ଠିକା ସଂସ୍ଥା ମୁଖ୍ୟଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଗୁହାରି କରିଥିଲେ ମଧ୍ୟ ଠିକା ସଂସ୍ଥା ଏମାନଙ୍କ ଗୁହାରିକୁ କର୍ଣ୍ଣପାତ କରିନାହିଁ। ଅନ୍ୟ ପକ୍ଷରେ କରୋନା ମହାମାରି ସମୟରେ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦେଇ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରୁଥିବା ବେଳେ ଦେବଗଡ ଜିଲ୍ଲାରେ ସଫେଇ କର୍ମଚାରୀଙ୍କ ନ୍ୟାଯ୍ୟ ପ୍ରାପ୍ୟ ନମିଳିବାରୁ ସେମାନେ ଭୋକିଲା ରହିବାକୁ ବାଧ୍ୟ ହେଉଥିବା କାରଣରୁ ସେମାନଙ୍କ ପାଇଁ କରୋନା ଯୋଦ୍ଧା ଉପାଧି ହାସ୍ୟାସ୍ପଦ ପାଲଟିଥିବା ଆନ୍ଦୋଳନକାରୀ ସଫେଇ କର୍ମଚାରୀମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ସରକାରଙ୍କ ଦ୍ୱାରା ଧାର୍ୟ୍ୟ ସର୍ବନିମ୍ନ ମଜୁରୀ ମଧ୍ୟ ସେମାନଙ୍କୁ ମିଳୁନଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ନହେବା ଯାଏଁ ସେମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories