www.samajalive.in
Tuesday, December 9, 2025
19.1 C
Bhubaneswar

କୁଆଖାଇ ନଦୀରୁ ବେଆଇନ ବାଲି ଚାଲାଣ; ଥାନାରେ ମାମଲା

ଫୁଲନଖରା : କଟକ ସଦର ତହସିଲ ଅନ୍ତର୍ଗତ ପୁରୁଣାକାଚରାମାଳ ନିକଟ କୁଆଖାଇ ନଦୀରୁ ବେଆଇନଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ବନ୍ଧଛଡ଼ା ଓ ନୂଆହାଟ ମୌଜାରୁ ବ୍ୟାପକଭାବେ ବାଲି ଚୋରାରେ ବାହାରକୁ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏଠାରେ ତହସିଲ ପକ୍ଷରୁ ଘାଟ ନିଲାମ ହୋଇନଥିବାବେଳେ କେତେକ ଚୋରା ବାଲି ମାଫିଆ ଏହାର ସୁଯୋଗରେ ଦିନ ରାତି ବାଲି ଉଠାଇ ଚାଲାଣ କରୁଛନ୍ତି। ଏହାଦ୍ୱାରା ସରକାରଙ୍କ ବିପୁଳ ପରିମାଣର ରାଜସ୍ୱ ହାନୀ ହେଉଥିବା ଜଣାଯାଇଛି।

ଏପରି ବେଆଇନ ବାଲି ଚାଲାଣକୁ ରୋକିବାକୁ ପୁରୁଣା କାଚରାମାଳର ଉତ୍ତମ ମହାନ୍ତି ସମ୍ପୃକ୍ତ ଗାଡ଼ିକୁ ଅଟକାଇବା ସହିତ ଏହାର ପ୍ରତିବାଦ କରିବାରୁ ବାଲି ମାଫିଆ ଓ ସେମାନଙ୍କ ସହଯୋଗୀ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏ ନେଇ ଉତ୍ତମ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନଦୀରୁ ବେଆଇନ ବାଲି ଉଠାଣ ରୋକିବାକୁ ଶ୍ରୀ ମହାନ୍ତି ସଦର ତହସିଲଦାରଙ୍କ ସମେତ କଟକ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଛନ୍ତି। ମାତ୍ର ଅଦ୍ୟାବଧି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories