www.samajalive.in
Tuesday, December 9, 2025
26.1 C
Bhubaneswar

ଖୋଲୁଛି ରହସ୍ୟ: ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲା ହାୱାଲା ଏଜେଣ୍ଟ ଚାର୍ଲି

ନୂଆଦିଲ୍ଲୀ: ପ୍ରାୟ ୧୧୦୦ କୋଟି ଟଙ୍କାର ହାୱାଲା କାରବାରରେ ସମ୍ପୃକ୍ତ ଚାର୍ଲି ପେଙ୍ଗ ଓରଫ୍ ଲୁଓ ସାଂଗକୁ ଗିରଫ ପରେ ଅନେକ ଗୋପନୀୟ ତଥ୍ୟ ହାସଲ କରିବାରେ ସଫଳ ହୋଇଛି ଭାରତୀୟ ସୁରକ୍ଷା ଏଜେନ୍ସି । ଆୟକର ବିଭାଗ ସହ କିଛି ଜାତୀୟ ସୁରକ୍ଷା ସଂସ୍ଥା ଚାର୍ଲିଠାରୁ ଅନେକ ଗୁରୁତ୍ଵପୂର୍ଣ ସୁରାକ ପାଇଛନ୍ତି । ଚାର୍ଲି କେବଳ ହାୱାଲା ରାକେଟ୍ ଚଳାଉ ନ ଥିଲା, ଭାରତରେ ସେ ଚୀନ ପାଇଁ ଗୁଇନ୍ଦାଗିରି ମଧ୍ୟ କରୁଥିବା ସୂଚନା ମିିଳିଛି । ଏପରିକି ଦଲାଇଲାମାଙ୍କ ସମ୍ପର୍କରେ ସେ ତଥ୍ୟ ସଂଗ୍ରହ କରି ଚୀନକୁ ଯୋଗାଉଥିଲା । ତିବ୍ଦତରୁ ନିର୍ବାସିତ ତୀବ୍ଦତୀୟଙ୍କୁ ଟଙ୍କା ଦେଇ ସେମାନଙ୍କଠାରୁ ଦଲାଇଲାମାଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଥିଲା । ଉତ୍ତର ଦିଲ୍ଲୀରେ ରହୁଥିବା ମଜନୁ ଟିଲାର ଲାମା ଓ ଭିକ୍ଷୁଙ୍କ ଉପରେ ମଧ୍ୟ ସେ ନଜର ରଖୁଥିଲା ।

Duplicate Indian Passport seized from Chirle peng

ଚାର୍ଲି ୨୦୧୪ରେ ଭାରତ ଆସିଥିଲା ଓ ପ୍ରଥମେ ନୁଡ଼ୁଲ୍ସ କାରବାର ଆରମ୍ଭ କରିଥିଲା । ଏହାପରେ ସେ ବଢ଼ିବଢ଼ି ହାୱାଲା କାରବାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏପରିକି ସେ ହିମାଚଳ ଓ ଦିଲ୍ଲୀରେ ଦଲାଇଲାମାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ସାମିଲ ହେବା ପାଇଁ ଚେଷ୍ଟା ମଧ୍ୟ କରିଥିଲା । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାର୍ଲି କେବେ ନିଜେ ଏହି ଲୋକମାନଙ୍କୁ ଟଙ୍କା ଦେଉ ନ ଥିଲା । ନିଜ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଏଥିପାଇଁ ବ୍ୟବହାର କରୁଥିଲା । ସୁରକ୍ଷା ସଂସ୍ଥା ଓ ଆୟକର ବିଭାଗ ସେମାନଙ୍କୁ ଚିହ୍ନଟ କରିଛି । ପ୍ୟାକେଟରେ ଟଙ୍କା ଭର୍ତି କରି ସେମାନଙ୍କୁ ପଠାଯାଉଥିଲା ।

- Advertisement -

ଚାର୍ଲି ଭାରତୀୟ ଖୁଚୁରା ବଜାରରେ ଟଙ୍କା ନିବେଶ କରିଥିଲା । ଏଥିପାଇଁ ଚୀନ ମୋବାଇଲ୍ ଆପ୍ଲିକେସନ ‘ୱି-ଚାଟ’ ବ୍ୟବହାର କରିଥିଲା ୨୦୧୮ରେ ଚାର୍ଲିକୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଥିଲା । ତା ନିକଟରୁ ଦୁଇଟି ଜାଲ ଆଧାର କାର୍ଡ଼ ଓ ଜାଲ ଭାରତୀୟ ପାସପୋର୍ଟ ଜବତ ହୋଇଥିଲା । ତା ବିରୋଧରେ ଜାଲିଆତି ଓ ପାସପୋର୍ଟ ନିୟମ ଆଧାରରେ ମାମଲା ରୁଜୁ ହୋଇଥିଲା, ମାତ୍ର ବର୍ଷକ ପ​‌ରେ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିଲା ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories