ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଂଚକୁ ସଜାଇବା ପାଇବା ପାଇଁ ସୋଲନର ବିଶେଷ ଫୁଲର ବ୍ୟବହାର ହେବ। ସୋଲନର ସୁନେଲି ସୂର୍ଯ୍ୟମୁଖୀ ଫୁଲରେ ମଂଚକୁ ସଜାଯିବ। ଫୁଲ ଚାଷ ପାଇଁ ପ୍ରସିଦ୍ଧ ସୋଲନ ଜିଲାରୁ ଏହା ଆସିବ। ଜଣେ ସ୍ଥାନୀୟ ଫୁଲ ଉତ୍ପାଦକଙ୍କୁ ୧୫ ଅଗଷ୍ଟ ପାଇଁ ସୁନେଲି ସୂର୍ଯ୍ୟମୁଖୀ ଫୁଲ ଦେବାକୁ ଅର୍ଡ଼ର ଦିଆଯାଇଛି। ପ୍ରାୟ ୧୦୦ଟି ସୂର୍ଯ୍ୟମୁଖୀ ଫୁଲ ଆସିବ। ଆସନ୍ତା କାଲି ଏହି ଫୁଲକୁ ତୋଳାଯିବ। ଏହି ଫୁଲରେ ହିଁ ପ୍ରଧାନମନ୍ତ୍ରୀଙ୍କ ମଂଚକୁ ସଜାଯିବ।
ସ୍ୱାଧୀନତା ଦିବସ ୨୦୨୦ : ସୋଲନର ସୁନେଲି ସୂର୍ଯ୍ୟମୁଖୀ ଫୁଲରେ ସଜାଯିବ ପ୍ରଧାନମନ୍ତ୍ରୀଙ୍କ ମଂଚ
Popular Categories



