www.samajalive.in
Monday, December 15, 2025
26.1 C
Bhubaneswar

ସ୍ୱାଧୀନତାର ୪୦ ବର୍ଷ ପୂର୍ବରୁ ବିଦେଶରେ ଭାରତର ପତାକା ଉତ୍ତୋଳନ କରିଥିଲେ ଏହି ମହିଳା

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ) : ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନ କବଳରୁ ସ୍ୱାଧୀନତା ହାସଲ କରିଥିଲା। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ଦିନ ଅତି ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଆମ ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲାକିଲ୍ଲାରେ ପତାକା ଉତ୍ତୋଳନ କରିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଭାରତୀୟ ମହିଳାଙ୍କ ବିଷୟରେ କହିବୁ, ଯିଏ ସ୍ୱାଧୀନତାର ୪୦ ବର୍ଷ ପୂର୍ବରୁ ବିଦେଶରେ ଭାରତର ପତାକା ଉତ୍ତୋଳନ କରି ବ୍ରିଟିଶମାନଙ୍କୁ ଏକ କଠୋର ଚାଲ୍ୟଞ୍ଚ ଦେଇଥିଲେ।

୧୯୦୭ ଅଗଷ୍ଟ ୨୨ରେ ଜର୍ମାନୀର ଷ୍ଟଟ୍ଗାର୍ଟ ସହରରେ ସପ୍ତମ ଅନ୍ତର୍ଜାତୀୟ ସମାଜବାଦୀ କଂଗ୍ରେସରେ ଜଣେ ଭାରତୀୟ ମହିଳା ଭାରତର ପତାକା ପତାକା ଉତ୍ତୋଳନ କରାଯାଇଥିଲା। ଅବଶ୍ୟ ସେତେବେଳର ପତାକା ଆଜିର ଜାତୀୟ ପତାକା ପରି ନଥିଲା।

- Advertisement -

ବାସ୍ତବରେ, ଆମେ ଯେଉଁ ମହିଳା ବିଷୟରେ କହୁଛୁ ସେ ହେଉଛନ୍ତି ଭିକାଜୀ କାମା। ସେ ଭାରତୀୟ ବଂଶଜ କିନ୍ତୁ ପାର୍ସୀ ନାଗରିକତା ହାସଲ କରିଥିଲେ। ସେ ଲଣ୍ଡନରୁ ଜର୍ମାନୀ ଏବଂ ଆମେରିକା ପର୍ଯ୍ୟନ୍ତ ଭ୍ରମଣ କରି ଭାରତର ସ୍ବାଧୀନତା ସପକ୍ଷରେ ଆହ୍ବାନ ଦେଇଥିଲେ। ଭିକାଜୀଙ୍କ ଦ୍ବାରା ପ୍ୟାରିସରୁ ପ୍ରକାଶିତ ହୋଇଥିବା ପତ୍ରିକା ‘ବନ୍ଦେ ମାତରମ୍’ ସେ ସମୟରେ ବହୁ ଲୋକପ୍ରିୟ ହୋଇଥିଲା।

ଭିକାଜୀ କାମା ଯେଉଁ ପତାକା ଜର୍ମାନୀରେ ଉତ୍ତୋଳନ କରିଥିଲେ, ତାହା ଦେଶର ବିଭିନ୍ନ ଧର୍ମର ଭାବନା ଏବଂ ସଂସ୍କୃତିକୁ ଆବଦ୍ଧ କରିବାକୁ ଚେଷ୍ଟା କରିଥିଲା। ଇସଲାମ, ହିନ୍ଦୁ ଏବଂ ବୌଦ୍ଧ ଧର୍ମକୁ ପ୍ରଦର୍ଶନ ପାଇଁ ପତାକାରେ ସବୁଜ, ହଳଦିଆ ଏବଂ ନାଲି ରଙ୍ଗ ବ୍ୟବହାର କରିଥିଲା। ଏହା ସହ ପତକାର ମଧ୍ୟଭାଗରେ ଦେବନାଗରୀ ଲିପିରେ ‘ବନ୍ଦେ ମାତରମ୍’ ଲେଖାଯାଇଥିଲା। ଏହା ସହ ପତାକାରେ ପଦ୍ମ ଫୁଲ, ଚହ୍ନ ବା ଅଧା ଚନ୍ଦ୍ର ଏବଂ ଚକ୍ରର ଚିତ୍ର ରହିଥିଲା।

ଭିକାଜୀ କାମା ଅନ୍ତର୍ଜାତୀୟ ସମାଜବାଦୀ କଂଗ୍ରେସରେ ଦେଇଥିବା ଅଭିଭାଷଣରେ କହିଥିଲେ, ‘ଭାରତରେ ବ୍ରିଟିଶ ଶାସନର ଅବ୍ୟାହତି ମାନବିକତା ନାମରେ ଏକ କଳଙ୍କ। ଭାରତ ଭଳି ଏକ ମହାନ ଦେଶର ସ୍ୱାର୍ଥକୁ ଏହା କ୍ଷତି ପହଞ୍ଚାଉଛି। ଭାରତକୁ ଦାସତ୍ୱରୁ ମୁକ୍ତ କରିବାରେ ସହଯୋଗ କରିବାକୁ ସେ ଏହି ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ନିବେଦନ କରିଥିଲେ ଏବଂ ଭାରତୀୟମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଆଗକୁ ବଢନ୍ତୁ, ଆମେ ହିନ୍ଦୁସ୍ତାନୀ ଏବଂ ହିନ୍ଦୁସ୍ତାନ ହିନ୍ଦୁସ୍ତାନୀଙ୍କର ଅଟେ।

ଭିକାଜୀ କାମାଙ୍କ ବିଷୟରେ ସଂକ୍ଷପରେ…

ଭିକାଜୀ କାମା ୧୮୬୧ ସେପ୍ଟେମ୍ବର ୨୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ମାନବ ସେବାରେ ନିକୁ ନିୟୋଜିତ କରୁଥିଲେ। ୧୮୯୬ ମସିହାରେ ମୁମ୍ବାଇରେ ପ୍ଲେଗ ରୋଗ ମହାମାରୀ ହେବା ସମୟରେ ଭିକାଜୀ ରୋଗୀମାନଙ୍କ ସେବା କରିଥିଲେ। ପରେ ସେ ନିଜେ ଏହି ରୋଗରେ ପୀଡିତ ହୋଇଥିଲେ, କିନ୍ତୁ ଚିକିତ୍ସା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ସ୍ୱାଧୀନତାର ଅନେକ ବର୍ଷ ପୂର୍ବରୁ ୧୯୩୬ ଅଗଷ୍ଟ ୧୩ରେ ୭୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories