www.samajalive.in
Monday, December 15, 2025
24.1 C
Bhubaneswar

ରାଜସ୍ଥାନ ରାଜନୀତି: ପାଇଲଟ୍‌ଙ୍କ ଘର ବାହୁଡ଼ା ପରେ କୁହୁଳୁଛି ଅସନ୍ତୋଷ

ଜୟପୁର: ରାଜସ୍ଥାନ ରାଜନୀତିରେ ଚର୍ଚ୍ଚା ଥମୁନାହିଁ। କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀ ଘର ବାହୁଡ଼ା କରିଛନ୍ତି ସତ, କିନ୍ତୁ ଏବେ ବି ସ୍ଥିତି ସୁଧୁରି ନାହିଁ। କାରଣ ପାଇଲଟ୍‌ ଗୋଷ୍ଠୀଙ୍କ ବିଦ୍ରୋହ ସାରା ଦେଶ ଜାଣିଲା। ପାଇଲଟ୍‌ଙ୍କୁ ଶାସ୍ତି ସ୍ବରୂପ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ସଭାପତି ପଦରୁ ବିଦା କରାଗଲା। ଶେଷରେ ପୁଣି ଥରେ ଦଳକୁ ଫେରାଇ ଅଣାଗଲା। ଏହି ନାଟକକୁ କିନ୍ତୁ ସହଜରେ ହଜମ କରିପାରୁ ନାହାନ୍ତି କିଛି ଦଳୀୟ ବିଧାୟକ। ପାଇଲଟ୍‌ ଦଳକୁ ଫେରିବା ପରେ ସେହି ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ମଙ୍ଗଳବାର ରାତିରେ ହୋଇଥିବା ବିଧାୟକ ଦଳ ବୈଠକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।

ଗତ ରାତିରେ ହୋଇଥିବା ବିଧାୟକ ଦଳ ବୈଠକରେ ଅନେକ ବିଧାୟକ ଖୋଲାଖୋଲି ପାଇଲଟ୍‌ଙ୍କ ଘର ବାହୁଡ଼ାକୁ ବିରୋଧ କରିଥିଲେ। ସେମାନେ ନିଜ ଭିତରେ ରହିଥିବା ଅସନ୍ତୋଷକୁ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ହେଁ ସେମାନେ ମାନିବାକୁ ନାରାଜ ଥିଲେ। ଗେହଲଟ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ଓ ସଙ୍କଟରେ ସହଯୋଗ କରିବାକୁ ସମସ୍ତ ବିଧାୟକଙ୍କୁ ଅନୁରୋଧ କରିଥିଲେ। ନିକଟରେ ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ସମସ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ବି ଜଣାଇଥିଲେ। ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉଚିତ ଏବଂ ସର୍ବମାନ୍ୟ। ହାଇକମାଣ୍ଡଙ୍କ ଆଦେଶ ସମସ୍ତଙ୍କ ଉପରେ। ଯେଉଁ ବିଧାୟକମାନେ ଦଳ ପ୍ରତି ନିଷ୍ଠା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ହିତ ପାଇଁ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ଗେହଲଟ କହିଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories