www.samajalive.in
Tuesday, December 9, 2025
23.1 C
Bhubaneswar

ପିଅନ ପୋଡ଼ିଲେ ଏକ୍ସପାୟର କିଟନାଶକ ଔଷଧ: ନିର୍ଗତ ହେଲା ବିଷାକ୍ତ ଗ୍ୟାସ୍‌, ଲୋକେ ଅସୁସ୍ଥ ଅବଧି ନିଆଁ ଲଗାଇବାରୁ ବିଷାକ୍ତ ଗ୍ୟାସ ନିର୍ଗତ, ଲୋକେ ହନ୍ତସନ୍ତ

ଗୋପାଳପୁର: ମାଣ୍ଡିଆପଲ୍ଲୀ ଠାରେ ଥିବା ଆଞ୍ଚଳିକ ତାଲିମ୍ ଓ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ରହିଥିବା ଓଡ଼ିଶା ରାଜ୍ୟ ବିହନ ନିଗମ କାର୍ଯ୍ୟଳୟ ପକ୍ଷରୁ ଏକ୍ସପାୟରଡ୍ କୀଟନାଶକ ଔଷଧ ପୋଡା ଯାଇଥିବାରୁ ଏଥିରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା ଏବଂ ଏହାର ପ୍ରଭାବରେ ଅନେକ ଲୋକ ଅସୁସ୍ଥ ହେହାଇଥିବା ଅଭିଯୋଗ କରାଯାଇଛି। ଏହା ଫଳରେ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି।
ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଆଜି ଏହି ଘଟଣା ନେଇ ବିହନ ନିଗମର ଅଧିକାରୀ ତଥା ମଣ୍ଡଳ ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯଗ କରିବାରୁ ସେ କହିଥିଲେ ଯେ ସୋମବାର ସନ୍ଧ୍ୟାରେ ଏଠାରେ ଥିବା ବିହନ ସଂରକ୍ଷଣ ଏବଂ ପୋକ ନ ଲାଗିବା ପାଇଁ ଆସିଥିବା ସଲ୍‌ଫୁରିକ୍ ଏସିଡ, ସେଲଫସ୍ ଏବଂ ଥିରାମ କିଟନାଶକ ଓଷଧକୁ ପିଅନ ସନ୍ନ୍ୟାସୀ ଶତପଥୀ ତାଙ୍କୁ ନ ଜଣାଇ ପୋଡି ଦେଇଥିଲେ, ଯଦ୍ୱାରା ଏଥିରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା। ଏହି ଘଟଣା ପରେ ପିଅନ ସନ୍ୟାସୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ପ୍ରକାଶ କରିଛନ୍ତି। ଏହା ସହ ଏହି ଘଟଣା ନେଇ ଭଞ୍ଜବିହାର ଫାଣ୍ଡି ଅଧିକାରୀ ଇ.ଶଙ୍କର ରାଓଙ୍କ ପକ୍ଷରୁ ବିହନ ନିଗମ ମଣ୍ଡଳ ଅଧିକାରୀ ବେହେରାଙ୍କୁ ଡାକି ପଚରା ଉଚରା କରିଥିବା ଜଣାପଡିଛି।
ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଗତ ସୋମବାର ରାତି ୮ ଟା ବେଳେ ମାଣ୍ଡିଆପଲ୍ଲୀ ପଟୁ ବିଷାକ୍ତ ଗ୍ୟାସ ପ୍ରଭାବିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଖି କୁଣ୍ଡିଆ ହେବା ସାଙ୍ଗକୁ ବାନ୍ତି ଅନୁଭବ କରିଥିଲେ। ଏହାସହ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଫଳରେ ଏଥିନେଇ ଲୋକଙ୍କ ମଧ୍ୟରେ ଛନକା ପସି ଯାଇଥିଲା। ମୋନାର୍ଛ ଛକ, ସାବତ କଲୋନୀ , ଗୈଡସାହିର ଶତାଧିକ ଲୋକ ଏହି ଗ୍ୟାସର ପ୍ରଭାବରେ ଅସୁସ୍ଥ ଅନୁଭବ କରିଥିଲେ। ସ୍ଥାନୀୟ ଯୁବକମାନେ ଧୂଆଁ ଉତ୍ପତ୍ତି ସ୍ଥଳ ଖୋଜିଥିଲେ ଏବଂ ଭଞ୍ଜବିହାର ଫାଣ୍ଡିକୁ ଏଥିନେଇ ଅବଗତ କରାଇଥିଲେ। ରାତି ସାଢ଼େ ୧୧ ଟି ବେଳେ ସ୍ଥାନୀୟ ଯୁବକମାନେ ମଣ୍ଡିଆପଲ୍ଲୀ ସ୍ଥିତ ଆଞ୍ଚଳିକ ତାଲିମ୍ ଓ ସମ୍ପ୍ରସାରଣ ପ୍ରତିଷ୍ଠାନ(ରଙ୍ଗେଇଲୁଣ୍ଡା)ପରିସରରେ ଥିବା ଓଡ଼ିଶା ରାଜ୍ୟ ବିହନ ନିଗମ କାର୍ଯ୍ୟାଳୟ ନିକଟରେ ଥିବା ଏକ ଶୁଖିଲା ପାଣି କୁଣ୍ଡରେ ନିଆଁ ଲାଗି ଧୁଆଁ ବାହା ରୁଥିବା ଜାଣିବାକୁ ପାଇଥିଲେ। ଏହାପରେ ସେଠାରେ ରହୁଥିବା କର୍ମଚାରିଙ୍କୁ ଡାକି ନିଆ ଲିଭାଇଥିଲେ ଓ ସେଠାରୁ ନିର୍ଗତ ବିଷାକ୍ତ ଗ୍ୟାସ ବୋହିବା ବନ୍ଦ ହୋଇଥିଲା।
ସୂଚନା ଯୋଗ୍ୟ ଯେ ମାଣ୍ଡିଆପଲ୍ଲୀ ଠାରେ ଥିବା ଏହି ବିହନ ନିଗମ ଗଞ୍ଜାମ, ଗଜପତି, ଫୁଲବାଣୀ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନଙ୍କୁ ବିହନ ଯୋଗାଇଥାଏ। ଏଠାରେ ବିହନକୁ ବିଶୋଧନ କରି ସଂରକ୍ଷଣ କରିବା ପାଇଁ କୀଟନାଶକ ଔଷଧ ବ୍ୟବହାର କରି ଚାଷୀଙ୍କୁ ଦିଆଯାଉଛି, କିନ୍ତୁ ଏହି ଔଷଧ ଗୁଡିକୁ ବିହନ ବିଶୋଧନରେ ବ୍ୟବହାର ନକରି ଗଛିତ ରଖାଯାଇ ଶେଷରେ ଔଷଧ ଗୁଡ଼ିକର ଏକ୍ସପାଇରଡ୍‌ ହେବା ପରେ ବିନା କୈାଣସି ବିଭାଗୀୟ ନିର୍ଦ୍ଦେଶରେ ପୋଡ଼ି ଦିଆଯିବା ଓ ନଷ୍ଟ କରିଦିଆଯାଉଛି।
ଆଜି ଘଟଣା ସ୍ଥଳ ପରିଦର୍ଶନ ସମୟରେ ସୁଦାମ କମ୍ପାନୀର କୀଟନାଶକ ଓାୖଷଧ ୨୦୧୯ ଜାନୁଆରୀରେ ଏକ୍ସ ପାୟର ଲେଖାଥିବା ଅଧାପୋଡା ପ୍ୟାକେଟ ଗୁଡିକ ପଡିଥିବା ଦେଖିବାକୁ ମିଳିଥିଲା , ଏଣୁ ଦୀର୍ଘ ଦେଢ଼ ବର୍ଷ ପରେ ଶତାଧିକ ଔଷଧ ପ୍ୟାକେଟକୁ କିପରି ଓ କାହା ଆଦେଶରେ ପୋଡାଗଲା ତାହାର ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହା ସହ ବିଭାଗୀୟ ପିଅନ ଜଣଙ୍କ କିପରି ବେଆଇନ ଭାବେ ଏପରି ବିଷାକ୍ତ ଔଷଧକୁ ନ ପୋତି ପୋଡ଼ିଲେ କାହିଁକି ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories