www.samajalive.in
Monday, December 15, 2025
24.1 C
Bhubaneswar

ଗଞ୍ଜାମରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି, ଆରୋଗ୍ୟ ହାର ୭୮%:ଜିଲାପାଳ

ଭୁବନେଶ୍ବର: ଗଞ୍ଜାମରେ ଆରୋଗ୍ୟ ହାର ୭୮%। ଆଜି ଜିଲାରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨ହଜାର ପାଖାପାଖି ରହିଛି। ସୁସ୍ଥ ହେଉଥିବା ଲୋକଙ୍କ ପାଖରେ ଆଉ କରୋନା ଲକ୍ଷଣ ଖୋଯାଉନାହିଁ। ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରୁ ୧ ହଜାର କୋଭିଡ୍‌ ବନ୍ଧୁ କାମ କରୁଛନ୍ତି। କୋଭିଡ୍‌ ବନ୍ଧୁ ହୋଇ ଲୋକଙ୍କୁ ସଚେତନ କରାଉଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ସର୍ଭେ କାମ ଚାଲିଛି, ମଙ୍ଗଳବାର ସୁଦ୍ଧା ସରିଯିବ। ଗଞ୍ଜାମ ଜିଲାରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜିଲାର ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କୁମାର ପ୍ରଦୀପ୍ତ ମହାପାତ୍ରଙ୍କ ଅସନ୍ତୋଷ ପରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟିକରଣ ରଖିଛନ୍ତି। ଗଞ୍ଜାମ ଜିଲାରେ ପର୍ୟ୍ୟାପ୍ତ ପରିମାଣର ମେଡିକାଲ ସୁବିଧା ରହିଛି। ଭୟଭୀତ ନହୋଇ, ଲକ୍ଷଣ ଥିଲେ କରୋନା ପରୀକ୍ଷା କରାନ୍ତୁ। ସାମ୍ବାଦିକ ସମ୍ମିଳନୀ କରି ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗଞ୍ଜାମ ଜିଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଥିଲେ ଯେ ବର୍ତ୍ତମାନ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ରୁ ପ୍ରାୟ ୭୮ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି। ଯେଉଁମାନେ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ଅନ୍ୟଙ୍କୁ ସଚେତନ କରାଉଛନ୍ତି । ଘରକୁ ଘର ଯାଇ ସର୍ଭ କରାଯାଉଛି। ଲକ୍ଷଣ ଥିଲେ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଆହ୍ୱାନ କରାଯାଉଛି । ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ କରାଯାଇଛି । ଅବରୋଧ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜିଲ୍ଲାରେ କରୋନା ଟେଷ୍ଟ ୩ଗୁଣା ବଢ଼ିଛି । ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି । ୯୦ଟି ଆଇସିୟୁ ୟୁନିଟ ଥିବା ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ଼ ଅଛି । ଲକ୍ଷଣ ନଲୁଚେଇ ଆଗକୁ ଆସି ଟେଷ୍ଟ କରନ୍ତୁ, ସ୍ୱାସ୍ଥ୍ୟ ସେବା ନେଇ କୌଣସି ଚିନ୍ତା କରନ୍ତୁ ନାହିଁ । ଗଂଜାମରେ ୪୭୨ ଲୋକ ପ୍ଲାଜମା ଦାନ ପାଇଁ ଆଗକୁ ଆସିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories