www.samajalive.in
Sunday, December 7, 2025
26.1 C
Bhubaneswar

ତହସିଲଦାରଙ୍କ ମାନବିକତା: ରାସ୍ତା କଡ଼ରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ

ବେଲପଡା: ବେଲପଡା ତହସିଲଦାର ପ୍ରିୟରଞ୍ଜନ କୁମାର ଆଜି ମୁମୂର୍ଷ ଅବସ୍ଥାରେ ଜଣେ ଅଚିହ୍ନା ଲୋକଙ୍କୁ ବେଲପଡା ଡାକ୍ତରଖାନାକୁ ଆଣିଥିବା ଖବର ମିଳିଛି। ଗତ କିଛିଦିନ ହେଲା ବେଲପଡାରେ ଜଣେ ଅଚିହ୍ନା ରୋଗୀଣା ବ୍ୟକ୍ତି ଭିକ ମାଗି ବୁଲୁଥିଲା। ଯିଏ ଯାହା ଦେଲା ସେଥିରେ ଚଳୁଥିଲା। ରୁଗ୍‍ଣା ଶରୀରରେ ଭିକ୍ଷା ମାଗିବା ଅସମ୍ଭବ ହେବାରୁ ତାରିଣୀ ମନ୍ଦିର ନିକଟରେ ମାର୍କେଟ ସ୍ଥାନରେ ମୁମୂର୍ଷ ଅବସ୍ଥାରେ ପଡିରହିଥିଲା। କିଛି କହିନପାରୁ ନ ଥିବାରୁ ଲୋକର ପରିଚୟ ମିଳିପାରୁନାହିଁ।

କୌଣସି ସୂତ୍ରରୁ ବେଲପଡା ତହସିଲଦାର ଖବର ପାଇ ପଡିରହିଥିବା ସ୍ଥାନକୁ ଯାଇ ତାର ସଂକଟାପୂର୍ଣ୍ଣ ଅବସ୍ଥା ଦେଖି ଥିଲେ। ବେଲପଡା ମାର୍କେଟ ସମ୍ପୂଣ୍ଣ ବନ୍ଦ ଥିବା ସତ୍ତେ୍ୱ ଅଚିହ୍ନା ଲୋକ ପାଇଁ କିଛି ଖାଦ୍ୟ ପଦାର୍ଥ କିଛି ବିସ୍କୁଟ ଓ ପାଉରୁଟି ନେଇ ତାକୁ ଖାଇବାକୁ ଦେଇଥିଲେ। ଏହାପରେ ଅଗ୍ନିଶମ କର୍ମକର୍ତ୍ତାଙ୍କୁ ଡକାଇ ଥିଲେ। ଅଗ୍ନିଶମ ବାହିନୀ ଷ୍ଟେଚରରେ ରଖି ନିଜ ଭେନ୍‍ରେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଅଚିହ୍ନା ବ୍ୟକ୍ତିଙ୍କୁ ତହସିଲଦାର ଶ୍ରୀ କୁମାର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏପରିକି ଅନ୍ୟ ଏକ ଘଟଣା ଏସାରପମ୍ପ ନିକଟରେ ଏକ ଅଚିହ୍ନା ବ୍ୟକ୍ତି ପଡିରହିଥିଲା। ଖବର ପାଇଁ ବେଲପଡା ତହସିଲଦାର ଶ୍ରୀ କୁମାର ଉକ୍ତ ଅଚିହ୍ନା ବ୍ୟକ୍ତିଙ୍କୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଆଜି ଗୋଟିଏ ଦିନରେ ୨ ଟି ଅଚିହ୍ନା ଅଜଣା ବ୍ୟକ୍ତିଙ୍କୁ ସହୟତା ଦେଇଥିବାରୁ ତହସିଲଦାର ଶ୍ରୀ କୁମାରଙ୍କୁ ଅଂଚଳରେ ପ୍ରଂଶସା କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories