www.samajalive.in
Monday, December 8, 2025
16.1 C
Bhubaneswar

କଂଗ୍ରେସର ପ୍ରଶ୍ନ: ସ୍କୁଲ ବନ୍ଦ, ତେବେ ଛାତ୍ରଛାତ୍ରୀ ଫି’ କାହିଁକି ଦେବେ?

ଭୁବନେଶ୍ୱର :  କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନଙ୍କ ସୁରକ୍ଷା
ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ। ତେବେ ଦୁଃଖ ଓ ପରିତାପର ବିଷୟ କରୋନା ଭଳି ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି। ସରକାର ଏ ସମ୍ପର୍କରେ ଆଖିମୁଦି ବସିଛନ୍ତି । ତେଣୁ ସ୍କୁଲ ଯଦି ବନ୍ଦ, ତେବେ ଫି’ କାହିଁକି ଦିଆଯିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସ୍କୁଲ ବନ୍ଦ ତ ଫି ବି ବନ୍ଦ କରାଯାଉ ବୋଲି କଂଗ୍ରେସ ସରକାରଙ୍କ ନିକଟରେ ଦାବି କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ   ସରକାର ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ଧନୀ ଲୋକଙ୍କ ପାଇଁ ଟିକସ ବି ଛାଡ଼ ହୋଇଛି। ମଦରେ ବି ସେସ କମିଛି। କିନ୍ତୁ ନବୀନ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି। ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି। କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ବି ଠପ ହୋଇଯାଇଛି। ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି। ଗରିବ ହୁଅନ୍ତୁ କି ମଧ୍ୟବିତ୍ତ ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକର ଟଙ୍କା ନିଶା ଛାଡୁନାହିଁ। ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ କେବଳ ଟ୍ୟୁସନ ଫି ନୁହେଁ, ବରଂ ଡେ ବୋର୍ଡ଼ିଂ ଚାର୍ଜଠାରୁ ନେଇ ଫୁଡ଼ିଂ ପର୍ଯ୍ୟନ୍ତ ଟଙ୍କା ବି ନେଉଛନ୍ତି। ସ୍କୁଲ ବନ୍ଦ ଥିବାରୁ ପିଲା ତ ସ୍କୁଲ ଯାଉନାହାନ୍ତି ତାହେଲେ ଖାଇବା ଟଙ୍କା କାହିଁକି ଦେବେ, ଡେ ବୋର୍ଡ଼ିଂ ଟଙ୍କା କାହିଁକି ଦେବେ? ଭିତିଭୂମି ବିକାଶ ପାଇଁ ଟଙ୍କା କାହିଁକି ଦେବେ? ଘରେ ବସିବସି ବେସରକାରୀ ସ୍କୁଲଗୁଡ଼ିକ ଏବେ ମୋଟା ଅଙ୍କର ଟଙ୍କା ଗୋଟାଇବାରେ ଲାଗିଛନ୍ତି। ଏଭଳି ପଇସା ଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଏହି ଅବସରରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି ।

- Advertisement -

୧. ବେସରକାରୀ ସ୍କୁଲଗୁଡ଼ିକରେ ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ
୨. ବେଆଇନ ଭାବେ  ଫି ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ
୩. ଶିକ୍ଷାକୁ  ବ୍ୟବସାୟ କରି ଶୋଷଣ କରୁଥିବା ମାଲିକମାନଙ୍କୁ କଠୋର ଦଣ୍ଡ ଦେବା ଦରକାର
୪. ନୋ ସ୍କୁଲ ନୋ ଫି ନ୍ୟାୟରେ ସେମାନେ ଅଭିଭାବକମାନଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତୁ
୫. ଘରୋଇ ସ୍କୁଲଗୁଡ଼ିକରେ ୨୫% ଗରିବ  ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ନିଶ୍ଚିତ କରାଯାଉ।
୬. ବିନା ଏନଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

ଏହି ସାମ୍ବାଦିକ ସମ୍ମିଳନୀରେ  କଂଗ୍ରେସ ନେତା  ସତ୍ୟପ୍ରକାଶ ନାୟକ, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ଅଶୋକ ଦାସ, ବିଶ୍ୱଜିତ୍‍ ଦାସ, ନାସିର ନୱାଜ, ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories