www.samajalive.in
Saturday, December 6, 2025
15.1 C
Bhubaneswar

ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିଛି ବିଜେପି- କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ବିଜେପି ନେତାମାନେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ମହିଳାଙ୍କୁ ଠକିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ମହିଳାମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛି କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିବା ସହ କଂଗ୍ରେସ କହିଛି ଯେ ମିଛ କହି ଭୋଟ ବ୍ୟାଙ୍କ ରାଜନୀତି କରି ମହିଳାଙ୍କୁ ଠକି ଚାଲିଛି ବୋଲି ମତ ଦେଇଛି କଂଗ୍ରେସ। ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ବାଚନ ବେଳେ ଘୋଷଣା କରିବା ସହ ମହିଳାଙ୍କ ସଶକ୍ତିକରଣ ଲାଗି ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲା। ହେଲେ ଶାସନକୁ ଆସିବା ପରେ ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟିଛି। ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଦେବାକୁ କହି ମହିଳାଙ୍କୁ ଠକିଛନ୍ତି। ୧୦ହଜାର ଟଙ୍କା ଦେବା ଅର୍ଥ ଦୈନିକ ୨୭ଟଙ୍କା, ଏତିକିରେ ମହିଳା ସଶକ୍ତିକରଣ କିପରି ହେବ। ସେହିପରି ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ ଅଥଚ ୬୦ବର୍ଷର ମହିଳା ଦେଶର ଅର୍ଥମନ୍ତ୍ରୀ କେମିତି ହୋଇପାରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories