www.samajalive.in
Tuesday, December 9, 2025
16.1 C
Bhubaneswar

ସର୍ବଭାରତୀୟସ୍ତରରେ ୧୯୫ ର‍୍ୟାଙ୍କ ହାସଲ କଲେ ବେଦଭୂଷଣ

ସମ୍ବଲପୁର: ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ରେ ବରିଷ୍ଠ ଶିକ୍ଷକ ଭାବରେ କାର୍ଯ୍ୟରତ ସୋମଦତ୍ତ ଙ୍କ ପୁତ୍ର ବେଦଭୂଷଣ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର‍୍ୟାଙ୍କ ହାସଲ କରିଛନ୍ତି। ବରଗଡ ଜିଲାର ମୂଳ ନିବାସୀ ବେଦଭୂଷଣ ଗତ ୨୦୧୭ର ପ୍ରଶାସନିକ ସେବା ପରୀକ୍ଷାରେ ୨୯୩ ର‍୍ୟାଙ୍କ ପାଇ ଏବେ ଆଇଆରଏସର ପ୍ରଶିକ୍ଷଣ ନେଉଛନ୍ତି। ଏ ସର୍ମ୍ପକରେ ବେଦଭୂଷଣ କହିଛନ୍ତି ଯେ ସେ ୨୦୧୭ରେ ଅଧିକ ର‍୍ୟାଙ୍କ ଆଶା ରଖିଥିବା ବେଳେ ଆଶାନୁରୁପ ଭାବରେ ନ ହେବାରୁ ଭଲ କ୍ୟାଡର ଆଶାରେ ପୁନଶ୍ଚ ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ। ତାଙ୍କର ଏହି ନିଷ୍ପତ୍ତିରେ ପିତା ସୋମଦତ୍ତ ଓ ମାତା ସୁରଭୀ ଙ୍କର ଆର୍ଶିବାଦ ସହିତ ମାର୍ଗଦର୍ଶକ ଓ ବନ୍ଧୁ ମାନଙ୍କର ଭରପୂର ସହଯୋଗ ମିଳିଥିଲା। ଏଣୁ ସେ ଚଳିତ ଥର ୧୯୫ ର‍୍ୟାଙ୍କ ହାସଲ କରିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି। ତାଙ୍କର ମାତା ସୁରଭୀ ସାହୁ ବରଗଡର ଚକୁଳିଫାର୍ମ ସ୍ଥିତ ୟୁଜିଏମଇ ସ୍କୁଲରେ ଶିକ୍ଷୟତ୍ରୀ ରହିଛନ୍ତି। ବେଦଭୂଷଣଙ୍କୁ ତାଙ୍କର ସଫଳତା ପାଇଁ ସବୁ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories