www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାଧିନତା ଦିବସ ପାଳନରେ କରୋନା କଟକଣା, ପରେଡରେ ସାମିଲ ହେବେନାହିଁ ଛାତ୍ରଛାତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ସ୍ୱାଧିନତା ଦିବସ ପାଳନ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠରେ ଜିଲ୍ଲାରେ କୋଭିଡ ୧୯ ସଂକ୍ରମଣ ଆଶଙ୍କା ନେଇ ବ୍ୟାପକ ଆଲୋଚନା କରାଯିବା ସହିତ ଆଗାମୀ ସ୍ୱାଧିନତା ଦିବସ ସମାରୋହକୁ ନିରାଡମ୍ବର ଭାବରେ ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।  ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଥିବାବେଳେ ସ୍ୱାଧିନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ପ୍ରକାଶ କରିଛନ୍ତିି। ତଦନୁଯାୟୀ ଚଳିତବର୍ଷ ସ୍ୱାଧିନତା ଦିବସ ପାରେଡରେ କୌଣସି ଛାତ୍ରଛାତ୍ରୀ ସାମିଲ ହେବାକୁ ବାରଣ କରାଯାଇଥିବାବେଳେ କେବଳ ପୋଲିସ, ଆଇଆରବି, ଗୃହରକ୍ଷୀ ଓ କଲେଜ ଏନସିସିର କ୍ୟାଡେଟ୍‍ମାନେ ପରେଡରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ସାଧାରଣ ଦର୍ଶକମାନଙ୍କୁ ମଧ୍ୟ ପରେଡ ପଡିଆରେ ଏକାଠି ହେବାକୁ ବାରଣ କରାଯାଇଛି। ସକାଳୁ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ପ୍ରଭାତଫେରୀ ବନ୍ଦ କରାଯାଇଛି । ପଡିଆ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ଶାରିରୀକ କ୍ରିଡା, କୌତୁକପୋଷାକ ପ୍ରତିଯୋଗିତାକୁ ମଧ୍ୟ ବାତିଲ କରାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାମଧୂନ ପରେ ମୁଖ୍ୟଅତିଥିଙ୍କ ଦ୍ୱାରା ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ସେଠାରୁ ସିଧାସଳଖ ମୁଖ୍ୟଅତିଥି ପରେଡ ପଡିଆକୁ ଆସି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ।  ତେବେ ଚଳିତବର୍ଷ ପରେଡ ପଡିଆରେ ମୁଖ୍ୟଅତିଥିଙ୍କ ଦ୍ୱାରା କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବାର କାର୍ୟ୍ୟକ୍ରମ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ବିଶେଷ ଭାବରେ ପ୍ଲାଜମା ଦାନ ପାଇଁ ସହମତି ପ୍ରକାଶ କରିଥିବା କୋଭିଡ ଯୋଦ୍ଧାମାନଙ୍କୁ ପ୍ରୋତ୍ସାହନ ପାଇଁ ଏହି ଅବସରରେ ସମ୍ମାନିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ସ୍ୱାଧିନତା ଦିବସ ପୂର୍ବରୁ ଅଭ୍ୟାସ ପ୍ୟାରେଡ ତିନିଦିନ ବଦଳରେ ଗୋଟିଏ ଦିନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଉତ୍ସବ ପାଳନବେଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର, ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ,ସ୍ୱଳ୍ପ ସଂଚୟ ଅଧିକାରୀ ଶିଶିର କୁମାର ସାହୁ,କଲେଜ ଏନସିସି ଅଫିସର ଡଃ. ମହେନ୍ଦ୍ର ନାଥ ଦେବତା, ରିଜର୍ଭ ଇନିସପେକ୍ଟର ରାଜୀବଲୋଚନା ସେଠ୍‍ଙ୍କ  ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories