ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ଅତିକ୍ରମ କରିସାରିଥିବା ବେଳେ ଗତ ୨୪ ଘଣ୍ଟାରେ ୫୨,୧୨୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ୧୫,୮୩,୭୯୨ରେ ପହଂଚିଛି। ସେଥିମଧ୍ୟରୁ ୫,୨୮,୨୪୨ ସକ୍ରିୟ କେସ ରହିଥିବା ବେଳେ ୧୦,୨୦,୫୮୨ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତମାନ ସୁଦ୍ଧା ୩୪,୯୬୮ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
Popular Categories



