www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ; ଦେଶରେ ମୋଟ ମାମଲା ୯୭

ନୂଆଦିଲ୍ଲୀ : ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି।
ଦିଲ୍ଲୀରେ ଆଜି ଚିହ୍ନଟ ହୋଇଥିବା ୧୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ୨୦ରେ ପହଞ୍ଚିଛି।
ସେହିପରି ସୂଚନା ମୁତାବକ ଗୋଆକୁ ବ୍ରିଟେନ ରୁ ଆସିଥିବା ୩ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ୩ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ନମୁନା ଜିନୋମ ସ୍ୱିକେନସିଂ ପାଇଁ ପଠାଇଯାଇଛି। ଯାହାଦ୍ୱାରା ସେମାନେ ଓମିକ୍ରନ ସଂକ୍ରମିତ କି ନୁହେଁ ଏହାର ନିଶ୍ଚିତ କରାଯାଇପାରିବ।
ଓମିକ୍ରନର ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି। ଏଠାରେ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୧୭, ଦିଲ୍ଲୀରେ ୨୦, କେରଳ ୫, ଗୁଜରାଟ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୭, ପଶ୍ଚିମବଙ୍ଗ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ମାମଲା ରହିଛି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories