bjd gruha runa banner

ଚିକିତ୍ସାଧୀନ ଗୁରୁତର ରୋଗୀଙ୍କୁ କରୋନା, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ସିଲ୍‌

bjd  ek lkhya koti banner

ପୁରୀ: ଆଜି ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଜଣେ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଅଧିକ ରୋଗୀ ତଥା କର୍ମଚାରୀଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଆଜି ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ଆଇସିୟୁକୁ ସିଲ୍‌ କରିଦିଆଯାଇଛି। ଅପରପକ୍ଷରେ ଆଇସିୟୁ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦିଆଯାଇଛି।
ଗତକାଲି ଜଣେ ଅଜଣା ଗୁରୁତର ରୋଗୀ ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ବାବ୍ ଟେଷ୍ଟ କରାଯାଇଥିଲା। ସେହି ଗୁରୁତର ରୋଗୀଙ୍କର ସ୍ବାବ ଟେଷ୍ଟ ପଜିଟିଭ୍‌ ଆସିଥିଲା। ରୋଗୀଜଣକ କରୋନା ଆକ୍ରାନ୍ତ ହେବା ଜାଣିବା ପରେ ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ପ୍ରଶାସନ ତତ୍କାଳ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଆଇସିୟୁକୁ ସିଲ୍‌ କରିଥିଲେ। ସେହି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ସ୍ବାବ୍‌ ଟେଷ୍ଟ ପଜିଟିଭ୍‌ ବାହାରିଥିବା ଗୁରୁତର ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌ଙ୍କୁ ପଠାଇ ଦିଆଯାଇଥିଲା। ଅପରପକ୍ଷରେ ଏହି ହସ୍‌ପିଟାଲ୍‌ର ଚିକିତ୍ସାଧୀନ ଅନ୍ୟ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ବୋଲି ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.