www.samajalive.in
Sunday, December 14, 2025
18.1 C
Bhubaneswar

ମହାମାରୀର ନୂଆରୂପ

କ୍‌ଡାଉନର ଚାରିମାସ ପରେ ମଧ୍ୟ ଓଡ଼ିଶାରେ କରୋନା ମହାମାରୀର ସ୍ଥିତି ନିୟନ୍ତ୍ରଣରେ ନାହିଁ। ରୋଗୀଙ୍କ ସଂଖ୍ୟା ବଢ଼ୁଛି ଓ ସଂକ୍ରମଣ ତା’ ବାଟରେ ବଢ଼ିବଢ଼ି ଚାଲିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସରକାର ମଧ୍ୟ ନିଜ ସାଧ୍ୟ ଓ ବୁଦ୍ଧି ମତେ ସଂଗ୍ରାମ ଜାରି ରଖିଥିବା ଦେଖାଯାଉଛି। ଏହା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୋଷ୍ଠୀ ସଂକ୍ରମଣର ଖବର ମିଳୁଛି; କିନ୍ତୁ ସରକାର ଏବଂ ସ୍ବାସ୍ଥ୍ୟବିଭାଗ ଏହାକୁ ସ୍ବୀକାର କରୁନାହିଁ। ସରକାର ସ୍ବୀକାର କରନ୍ତୁ ବା ନ’କରନ୍ତୁ, କରୋନା ଏବେ ଯେ ଗୋଷ୍ଠୀ ସଂକ୍ରମଣର ରୂପ ନେଲାଣି ତାହା ବୁଝିବାକୁ ସରକାରୀ ବା ଡାକ୍ତରୀ ସାର୍ଟିଫିକେଟ ଦରକାର ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୋଷ୍ଠୀ ସଂକ୍ରମଣର ସଂଜ୍ଞା ନିର୍ଦ୍ଧାରଣ କରେନାହିଁ। ସଂକ୍ରମଣର ସ୍ଥିତି ଓ ପର୍ଯ୍ୟାୟ ନିର୍ଣ୍ଣୟ କରିବାର ଦାୟିତ୍ବ ଏହା ତାହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନ୍ୟସ୍ତ କରିଥାଏ। ସଂକ୍ରମଣର ଶୃଙ୍ଖଳା (ଟ୍ରାନ୍ସମିସନ ଚେନ୍‌)ରେ କିଏ କାହାକୁ ସଂକ୍ରମିତ କଲା ତାହା ନିର୍ଦ୍ଧାରଣ କରିବା ଯେତେବେଳେ ଅସମ୍ଭବ ହୁଏ, ସେତେବେଳେ ଗୋଷ୍ଠୀ ସଂକ୍ରମଣ ଘଟିଛି ବୋଲି ଧରାଯାଏ। ନୂଆଦିଲ୍ଲୀର ମୋଟ ଜନସଂଖ୍ୟାରୁ ୨୦ ଶତାଂଶ ଆକ୍ରାନ୍ତ ହୋଇଥିବା ସେରୋ-ସର୍ଭେରୁ ଜଣାପଡ଼ିଛି। ଏହା ଯେ ଗୋଷ୍ଠୀ ସଂକ୍ରମଣର ସ୍ଥିତି ଏହାକୁ ଅସ୍ବୀକାର କରି ହେବ କି? କିଏ କାହାକୁ କେଉଁଠି କିପରି ସଂକ୍ରମିତ କଲା ତାହା ଜାଣିବା ଅସମ୍ଭବ। ଓଡ଼ିଶାରେ କେତେକ ଅଞ୍ଚଳରେ ଏଭଳି ସଂକ୍ରମଣ ଘଟିବାର ଖବର ମିଳିଛି। ଗୋଟିଏ ଗୋଟିଏ ସ୍ଥାନରୁ ଏକାଥରକେ ୧୫/୨୦ଲୋକ ସଂକ୍ରମିତ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣ ନୁହେଁତ ଆଉ କ’ଣ?
କେରଳ ଓ ପଶ୍ଚିମବଙ୍ଗ ସରକାର ସ୍ବୀକାର କଲେଣି ଯେ ସେମାନଙ୍କ ରାଜ୍ୟର କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏହାଛଡ଼ା ଦେଶର ଅନ୍ୟାନ୍ୟ ଭାଗରେ ସମାନ ସ୍ଥିତି ଦେଖାଦେଇଛି। ଅତଏବ ଏଭଳି ସ୍ଥିତିରେ ସତ୍ୟକୁ ମାନିଯାଇ ଏହି ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ନେବା ବିଶେଷ ଗୁରୁତ୍ବ ରଖେ। ଏବେ କୋଭିଡ଼-୧୯ ଭାରତରେ ଯେଉଁ ପରିସ୍ଥିତିରେ ପହଞ୍ଚିଛି ସେଥିରେ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି ସ୍ବୀକାର ନ’କରିବାର କିଛି ଅର୍ଥ ନାହିଁ। ହୁଏତ ଏହା ଲୋକଙ୍କୁ ଛାନିଆ ହେବାରୁ ରକ୍ଷା କରିପାରେ; କିନ୍ତୁ ରୋଗ ସଂକ୍ରମଣ ରୋକିବା​‌େ​‌ର ସହାୟକ ହେବନାହିଁ।
ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ତତ୍‌ପରତା ସୂଚାଇ ଦେଉଛି ଯେ ଜୁଲାଇ ଶେଷ ଓ ଅଗଷ୍ଟ ମାସରେ ପରିସ୍ଥିତି ଆହୁରି ସାଙ୍ଘାତିକ ହୋଇପାରେ। ସେଥିପାଇଁ ଅଧିକ କୋଭିଡ଼ ହସପିଟାଲ ସ୍ଥାପନ, ଡାକ୍ତରଙ୍କ ଅବସର ବୟସ ବୃଦ୍ଧି, ପାରାମେଡ଼ିକାଲ କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ ଓ ଅନ୍ୟାନ୍ୟ ପଦକ୍ଷେପମାନ ଗ୍ରହଣ କରାଯାଇଛି। ରୋଗ ଯେତେବେଳେ ବୁକୋଉଛି ଓ ବୋଲ ମାନୁନାହିଁ, ସେତେବେଳେ ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ। ତେଣୁ ଗୋଷ୍ଠୀ ସଂକ୍ରମଣକୁ ସ୍ବୀକାର କରିବା ନ କରିବା ଏବେ ଅର୍ଥହୀନ, ବରଂ ଏହାର ଉଚିତ ମୁକାବିଲା ଅଧିକ ଗୁରୁତ୍ବପୂର୍ଣ୍ଣ। ଭୁବନେଶ୍ବର ଓ କଟକ ସହର ସମେତ ଗଞ୍ଜାମ ଜିଲା ରାଜ୍ୟ ସରକାରଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି। ଅନ୍ୟାନ୍ୟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଲୋକେ ତ ଅନେକ ମରିବେ। ଏହାକୁ କେତେ କମାଇ ହେବ ଓ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇହେବ ତାହା ଏବେ ସବୁଠୁ ଅଧିକ ଗୁରୁତ୍ବ ରଖେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories