www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଫେରିଲା ପଲସର ଆତଙ୍କ , ବାହାଡ଼ା ବଜାରରୁ ୧. ୭୦ ଲକ୍ଷ ଟଙ୍କା ଲୁଟ୍‌

ଫତେଗଡ: ପଲସର ବାଇକ୍‌ରେ ଆସି ବାହାଡା ବଜାରରୁ ଦିନଦ୍ୱିପହରେ ୧ଲକ୍ଷ ୭୦ହଜାର ଟଙ୍କା ନେଇ ଲୁଟେରା ଫେରାର ହେବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଫତେଗଡ ଥାନା ବାହାଡା ବଜାରରେ ବନମାଳିପୁର ପଞ୍ଚାୟତର ବାସୁଦେଇପୁର ଗ୍ରାମର ଶ୍ରୀନିବାସ ସାହୁ ଏକ ତେଜରାତି ଦୋକାନ କରିଛନ୍ତି। ଲକଡାଉନ ପାଇଁ ଦିନ ୨ଟା ସମୟରେ ଦୋକାନ ବନ୍ଦକରି ଟାଟାଏସିଇ ଗାଡିର ଆଗପଟେ ୧ ଲକ୍ଷ ୭୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ରଖି ଗୋଦାମ ଘର ଭିତରକୁ ଯାଇଥିବା ସମୟରେ ୨ଜଣ ପଲସର ଗାଡିରେ ଆସି ଟଙ୍କା ବ୍ୟାଗକୁ ଧରି ଦ୍ରୁତ ଗତିରେ ବାଇଗୁଣିଆଁ ଗ୍ରାମ ଆଡେ ପଳାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପଲେଇ ପହଞ୍ଚି ତଦନ୍ତ କରିବା ସହ ଫତେଗଡ ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଓ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତିଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ ଏବଂ ଏସଡିପିଓ ପହଞ୍ଚି ତଦନ୍ତକରି ​‌​‌ଫେରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି। ପୂର୍ବରୁ ଅନେକ ଥର ପଲସର ଗାଡିରେ ଲୁଟେରା ମାନେ ଲୁଟ କରି ଆତଙ୍କ ଖେଳାଇ ଧରାପଡିନଥିବା ବେଳେ ପୁଣିଥରେ ପଲସର ଗାଡିରେ ଲୁଟେରା ମାନେ ଆସି ଲୁଟ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories