www.samajalive.in
Sunday, December 7, 2025
26.1 C
Bhubaneswar

୨୦୧୧ ପରେ ସୁନା ସର୍ବୋଚ୍ଚ ସ୍ତରରେ ସୁନା ଦର, ରୁପା କିଲୋ ୫୫ ହଜାର ଟଙ୍କା

ଭୁବନେଶ୍ବର:​‌ ଦିନକୁ ଦିନ ବଜାରରେ ମହଙ୍ଗା ହେବାରେ ଲାଗିଛି ସୁନା ଏବଂ ରୁପା । ​କରୋନା ଯୋଗୁଁ ବିବାହ ଋତୁ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ଉପରେ ଲାଗିଛି କଟକଣା । କରୋନା କଟକଣାରେ ଚଳିତବର୍ଷ ଖୁବ୍‌ କମ୍‌ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଭଳି ସ୍ଥଳେ ଘରୋଇ ବଜାରରେ ସୁନା ଚାହିଦା ଆଉ ଆଗଭଳି ନାହିଁ । ନା ଖୋଲିଛି ଗହଣା ଦୋକାନ କି ସେଠାରେ ଆଉ ଦେଖିବାକୁ ମିଳୁନି ଗ୍ରାହକଙ୍କ ଭିଡ । ଏପ୍ରିଲଠାରୁ ଘରୋଇ ସୁନା ବଜାରରେ ଏକ ପ୍ରକାର ମାନ୍ଦାବସ୍ଥା ଛାଇ ରହିଛି । ହେଲେ ଏ କ୍ଷେତ୍ରରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ଚାରିଆଡେ ମାନ୍ଦାବସ୍ଥା ସତ୍ତ୍ବେ ବଜାରରେ ବଢ଼ିବାରେ ଲାଗିଛି ଦୁଇ ମୂଲ୍ୟବାନ ଧାତବ ପଦାର୍ଥ ସୁନା ଏବଂ ରୁପା ମୂଲ୍ୟ । ଅଶୋଧିତ ତେଲ ଦର ବଢ଼ିବା ଏବଂ ଅନ୍ୟ ଅନ୍ତର୍ଜାତୀୟ କାରକକୁ ନେଇ ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିବା ଯୋଗୁ ନିବେଶକମାନେ ସୁନାକୁ ଏକ ଭରଷାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରିବା ଫଳରେ ସୁନା ଚାହିଦାରେ ବୃଦ୍ଧି ଘଟୁଛି । ଏହାଫଳରେ ବଜାରରେ ଏହି ଧାତୁ ମୂଲ୍ୟରେ ବୃଦ୍ଧି ଘଟିଛି । ନିକଟରେ ଘରୋଇ ବଜାରରେ ସୁନା ମୂଲ୍ୟ ଭରି ବା ୧୦ ଗ୍ରାମ ପିଛା ୫୦,୦୦୦ ଟଙ୍କା ଟପିଥିବାବେଳେ ରୁପା କିଲୋ ପିଛା ୫୫,୦୦୦ ଟଙ୍କା ଅତିକ୍ରମ କରିଛି ।
ମଙ୍ଗଳବାର ବଜାରରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୭୮ ଟଙ୍କା ବୃଦ୍ଧି ଘଟି ୪୯,୧୦୫ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋ ପିଛା ୧,୧୧୩ ଟଙ୍କା ବୃଦ୍ଧି ଘଟିଛି ।  ନ୍ୟୁୟର୍କଠାରେ ସୁନା ମୂଲ୍ୟ ଆଉନ୍ସ ପିଛା​‌ ୦.୧% ବୃଦ୍ଧି ଘଟି ୧୮୧୮.୫୩ ଡଲାର ଛୁଇଁଛି । ସୂଚନାଯୋଗ୍ୟ , ୨୦୧୧ ସେପ୍ଟେମ୍ବର ପରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର । ସେହିଭଳି ରୂପା ଆଉନ୍ସ ପିଛା ୨.୪% ବୃଦ୍ଧି ହୋଇ ଏହା ୧୯.୭୬ ଡଲାରରେ ପହଞ୍ଚିଛି ା ତେବେ ୨୦୧୬ ସେପ୍ଟେମ୍ବର ପରେ ରୁପା ମୂଲ୍ୟରେ ଏହା ହେଉଛି ସବୁଠୁ ସର୍ବାଧିକ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories