www.samajalive.in
Monday, December 15, 2025
26.1 C
Bhubaneswar

ଏବର୍ଷ ଆକାଶଛୁଆଁ ହେବ ସୁନା ଦର

ନୂଆଦିଲ୍ଲୀ: ସୁନା-ରୂପା ମୂଲ୍ୟ ହ୍ରାସରେ ଲଗାମ ଲାଗିଛି। ସୁନାରୂପା ବଜାରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ୍ ୬୨୩୨୨ ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି ୭୧୭୧୯ ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞମାନଙ୍କ ଆକଳନ ମୁତାବକ ଚଳିତ ବର୍ଷ ସୁନା ଦର ୧୦ ଗ୍ରାମ ପ୍ରତି ୭୪୦୦୦ ଟଙ୍କା ଛୁଇଁପାରେ। କେଡ଼ିଆ ଆଡ଼ଭାଇଜରୀର ନିର୍ଦେଶକ ଅଜୟ କେଡ଼ିଆ କହିଛନ୍ତି, ଯଦି ମୌଳିକ ନୀତି ମଜଭୂତ ରହେ, ତେବେ ଘରୋଇ ବଜାରରେ ସୁନା ଦର ୭୪୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।

କେଡ଼ିଆ କମୋଡିଟିଜ୍ ମୁତାବକ, ଆସନ୍ତା ୧୨ ମାସରେ କେନ୍ଦ୍ରୀୟ ବ୍ୟାଙ୍କର ସୁନା ସଂରକ୍ଷଣ ୨୪ ପ୍ରତିଶତ ବଢିବା ନେଇ ଆଶା କରାଯାଉଛି। ଏହା ବ୍ୟତୀତ ୨୦୨୪ରେ ଟଙ୍କାର ମୂଲ୍ୟ କମିପାରେ, କାରଣ ଏଫଆଇଆଇ ସାଧାରଣ ନିର୍ବାଚନ ପୂର୍ବରୁ ଶେୟାର ବିକ୍ରି କରିବେ ଏବଂ ଏହାଦ୍ବାରା ଭାରତୀୟ ବଜାରରେ ସୁନାକୁ ସମର୍ଥନ ମିଳିବ। ଆମେରିକୀୟ ଫେଡ୍ ଦରର ଗତିଶୀଳତା ଓ ଭୂ-ରାଜନୈତିକ ତିକ୍ତତା କାରଣରୁ ସୁନା ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

- Advertisement -

ମଙ୍ଗଳବାର ସୁନା ଦର ୧୦ ଗ୍ରାମ ପ୍ରତି ୧୩୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୂପା ୧୬୯ ଟଙ୍କା ପ୍ରତି କିଲୋ ମହଙ୍ଗା ହୋଇଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ୍ ୬୨୩୨୨ ଥିବାବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୫୭୦୮୭ ଟଙ୍କା ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories