www.samajalive.in
Monday, December 15, 2025
26.1 C
Bhubaneswar

୨୦୨୪ ନିର୍ବାଚନ: କଂଗ୍ରେସର ୬୦ରୁ ୭୦ ପ୍ରତିଶତ ଟିକେଟ ଚୂଡାନ୍ତ-ତାରା

ଭୁବନେଶ୍ୱର: ଆଗାମି ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ କଂଗ୍ରେସ ଦଳର ନେତା ଦେଲେ ବଡ ବୟାନ। ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ସବୁ ନେତାଙ୍କୁ ଟିକେଟ ମିଳିବା ନେଇ ଚୂଡାନ୍ତ ହୋଇସାରିଛି। କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଦଳର ୬୦ରୁ ୭୦ ପ୍ରତିଶତ ଟିକେଟ ଫାଇନାଲ ହୋଇସାରିଛି। ସେଥିମଧ୍ୟରୁ ୯ଜଣ ବିଧାୟକଙ୍କୁ ଟିକେଟ ମିଳିବା ସ୍ପଷ୍ଟ ହୋଇଛି। ଏସବୁ ଭିତରେ ବଡ କଥା ହେଲା ଆଗାମି ନିର୍ବାଚନରେ କଂଗ୍ରେସ ଦଳ ଆଗୁଆ ଟିକେଟ ଦେବ ବୋଲି କୁହାଯାଉଛି। ଆସନ୍ତା ଫେବୃଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରା ବାହିନୀପତି।

ସୂଚନା ଅନୁସାରେ ଆସନ୍ତା ଫେବୃଆରୀରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେତ କେନ୍ଦ୍ରୀୟ ନେତୃବୃନ୍ଧ ଓଡ଼ିଶା ଆସିବେ। ୨୦୧୯ ନିର୍ବାଚନରେ କଂଗ୍ରେସର ଅନେକ ପ୍ରାର୍ଥୀ ବହୁତ କମ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ସର୍ଭେ କରାଯାଇ ଟିକେଟ ବଣ୍ଟନ କରାଯିବ ବୋଲି ତାରା ବାହିନୀପତି କହିଛନ୍ତି। ତେବେ ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ରାଜ୍ୟରେ କଂଗ୍ରେସ ପୁଣି ଥରେ ଆଗରେ ରହିବାକୁ ପ୍ରୟାସ ଜାରି ରଖିଥିବା କୁହାଯାଇପାରେ। ଏଥିପାଇଁ ଦଳ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories