www.samajalive.in
Saturday, December 13, 2025
23.1 C
Bhubaneswar

୧୦ରୁ ୧ଟା ହେଉ ବ୍ୟାଙ୍କ କାରବାର ସମୟ, ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବି

ଭୁବନେଶ୍ବର: ରାଜ୍ୟରେ ​କୋଭିଡ ‌-୧୯ର ସାମ୍ପ୍ରତିକ ସ୍ଥିତିକୁ ଦେଖି ରାଜ୍ୟ ସରକାର ଗଞ୍ଜାମ, କଟକ, ଖୋର୍ଦ୍ଧା ଏବଂ ଯାଜପୁର ଜିଲା ସମେତ ରାଉରକେଲା ମ୍ୟୁନିସିପାଲିଟିରେ ଲକ୍‌ ଡାଉନ୍‌କୁ କଡାକଡି କରିଛନ୍ତି। ଏହି ସବୁ ଜିଲାରେ ବ୍ୟାଙ୍କ ସେବାକୁ ସହଜ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ କରିବାକୁ ବ୍ୟାଙ୍କ ସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ବର୍ତ୍ତମାନ ଗଞ୍ଜାମ ଜିଲାରେ ବ୍ୟାଙ୍କ କାରବାର ସମୟ ସକାଳ ୧୦ଟାରୁ ୧ଟା ଯାଏ ଧାର୍ୟ୍ୟ କରାଯାଇଛି। ଅନୁରୂପ ଭାବେ ଲକ୍‌ଡାଉନ୍‌ ଲାଗିଥିବା ଅନ୍ୟ ୩ ଜିଲା ଏବଂ ମ୍ୟୁନିସିପାଲିଟିରେ ବ୍ୟାଙ୍କ‌ କାରବାର ସମୟ ସକାଳ ୧୦ରୁ ୧ଟା କରିବାକୁ ସଂଘ ଦାବି କରିଛି।

ଏଥିରେ ବ୍ୟାଙ୍କ ଶାଖାରେ ଅର୍ଥ ନେଣଦେଣ ସମୟ ସକାଳ ୧୦ରୁ ୧୨ଟା କରିବାକୁ ସଂଘ କହିଛି। ଅନ୍ୟପକ୍ଷରେ ଏହି ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ କାର୍ୟ୍ୟ ୨୫% ମଧ୍ୟରେ କର୍ମଚାରୀଙ୍କୁ ନେଇ କରିବାକୁ ସରକାର ନିୟମ କରିଛନ୍ତି। ତେବେ ସଂଘର ଦାବି ହେଉଛି, ବର୍ତ୍ତମାନ ସମୟରେ ବ୍ୟାଙ୍କ ଶାଖାରେ ଏତେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା ଅସମ୍ଭବ। ତେଣୁ ଲକ୍‌ ଡାଉନ୍‌ ଶେଷ ଯାଏ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବ୍ୟାଙ୍କ ସଂଘ। ଶନିବାର ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓସି) ଓଡ଼ିଶା ଶାଖାର ସଭାପତି ଦାମୋଦର ନନ୍ଦଙ୍କ ନେତୃତ୍ବରେ ସଂଘର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories