www.samajalive.in
Wednesday, December 10, 2025
18.1 C
Bhubaneswar

ପୁଣି ଏକ ଜନନୀ ଯନ୍ତ୍ରଣା, ସାହାରା ପାଲଟିଲେ ଆମ୍ବୁଲାନ୍ସ କର୍ମଚାରୀ

ଫୁଲବାଣୀ: କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକର ବିଲାମାଳ ପଂଚାୟତରେ ଦୁଗମ ଏକ ଗ୍ରାମରୁ ୬କିଲୋମିଟର ପର୍ଯ୍ୟନ୍ତ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିବା ଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଂଚାୟତ ଗୁଣ୍ଡୁରିଖୋଲା ଗ୍ରାମରେ ଘଟିଥିବା ବେଳେ ଗତ ୧୩ ତାରିଖରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା କୋଟଗଡ ବ୍ଳକର ଏକ ଅପହଂଚ ଇଲକାରେ। ଯାହା ଆଜି ଲୋକ ଲୋଚନାକୁ ଆସିଛି।

ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଦିନ ମାର୍ଲାଙ୍ଗା ପଂଚାୟତର ଏକ ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆମ୍ବୁଲାନ୍ସ ପାଇଁ ଉକ୍ତ ଗ୍ରାମର ଆଶା କର୍ମୀ କସ୍ତୁରି ସିଂ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ। ଖବର ପାଇଁ ଉକ୍ତ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ଜାଗୃତି ଅନୁଷ୍ଠାନ ପକ୍ଷରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ଗ୍ରାମ ଠାରୁ ପ୍ରାୟ ଦେଢ କିଲୋମିଟରେ ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା। ଏହି ସମୟରେ ଉକ୍ତ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ଷ୍ଟାର୍ଫ ନର୍ସ ଆରଧନ ପ୍ରଧାନ, ଗାଡ଼ି ଚାଳକ ପଙ୍କଜ ପ୍ରଧାନ ଓ ଆଟେନାଣ୍ଟ ରୁବି ପ୍ରଧାନ ପ୍ରମୁଖ ତୁରନ୍ତ ଉକ୍ତ ଗର୍ଭବତୀ ମହିଳାଙ୍କ ଘରେ ପହଞ୍ଚି ଏକ ଷ୍ଟ୍ରେଚର ଦ୍ୱାରା ତୁରନ୍ତ ବୋହି ଆଣିଥିଲେ ଆମ୍ବୁଲାନ୍ସ ପାଖକୁ। ଏହି ଦେଢ କିଲୋମିଟର ରାସ୍ତା ଅତ୍ୟନ୍ତ ପରିତ୍ୟକ୍ତ ସହିତ କାଦଅ ପଚ ପଚ ସହିତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ଦେଖାଯାଇଛି। ତେବେ ଗ୍ରାମରେ ଉକ୍ତ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଗାଡ଼ି ବୁଲାଇବା ପାଇଁ କୌଣସି ପ୍ରକାର ସୁବିଧା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଡ଼ିର ଚାଳକ ଏକ ଧାନବିଲ ମଧ୍ୟରେ ଗାଡ଼ିକୁ ନେଇ ବୁୁଲାଇବା ସହିତ ତୁରନ୍ତ ମହିଳାଙ୍କୁ ସୁବର୍ଣ୍ଣଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଓ ସେଠାରେ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଜଣଯାଇଛି।

- Advertisement -

ତେବେ ମହିଳା ଜଣକ ଗତ ୧୨ ତାରିଖ ସଂନ୍ଧ୍ୟାରୁ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ଉକ୍ତ ଗ୍ରାମରୁ ଫୋନ୍‍ ଦ୍ୱାରା ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ କୌଣସି ପ୍ରକାର ବ୍ୟବସ୍ଥା ନଥିବାରୁ ଗ୍ରାମ ଠାରୁ ଦୀର୍ଘ କିଲୋମିଟର ଯିବା ପରେ ଆଶା ଫୋନ୍‍ ଯୋଗେଁ ଆମ୍ବୁଲାନ୍ସ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ। ତେବେ ସେହି ସମୟରେ ପ୍ରବଳ ବର୍ଷା ସହିତ ପବନ ହୋଇଥିଲେ ମଧ୍ୟ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ କୌଣସି ପ୍ରକାରେ ଡ଼ାକ୍ତରଖାନାରେ ପହଞ୍ଚିବା କର୍ମଚାରୀମାନେ ଗୁରୁ୍‍ତ୍ୱର ସହିତ ଗ୍ରହଣ କରି ପହଞ୍ଚାଇଥିବାରୁ ଅଞ୍ଚଳବାସୀ ବେଶ୍‍ ପ୍ରଶଂସା କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories